Latest Odisha News

BREAKING NEWS

ଚାଲିଗଲେ ଟିଏମସି ଗୁଣ୍ଡାଙ୍କ ମାଡରେ ଗୁରୁତର ଆହତ ହୋଇଥିବା ୮୫ ବର୍ଷୀୟା ବୃଦ୍ଧା ଶୋଭା ମଜମୁଦାର

କୋଲକାତା: ନିର୍ବାଚନରେ କ୍ଷମତା ହାତେଇବା ନିଶାରେ ଏବେ ଅଧିକାଂଶ ପାର୍ଟି ହିଂସାକୁ ଆପଣାଇ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ପଶ୍ଚିବଙ୍ଗର ୮୫ ବର୍ଷୀୟା ବୃଦ୍ଧା ଶୋଭା ମଜମୁଦାରଙ୍କ ମୃତ୍ୟୁ ଘଟିଛି । କିଛି ଦିନ ତଳେ ଟିଏମସିର କେତେକ ଗୁଣ୍ଡା ବିଜେପି କର୍ମୀ ଗୋପାଳ ମଜମୁଦାର ଏବଂ ତାଙ୍କ ମାଆ ଶୋଭାଙ୍କୁ ମାଡି ମାରି ରକ୍ତାକ୍ତ କରି ଦେଇଥିଲେ । ଶୋଭା ଏଥିରେ ଗୁରୁତର ଆହତ ହୋଇଥିଲେ ।

ଶୁକ୍ରବାର ସେ ଡାକ୍ତରଖାନାରୁ ଡସଚାର୍ଜ ହୋଇ ଘରକୁ ଆସିଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିନେଇ ଦୁଃଖ ପ୍ରକାଶ କରିବା ସହ ମମତା ବାନାର୍ଜୀ ଏବଂ ଟିଏମସିକୁ ନିନ୍ଦା କରିଛନ୍ତି । ଶୋଭାଙ୍କ ବଳିଦାନ ସବୁଦିନ ପାଇଁ ମନେ ରହିବ ବୋଲି ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି । ତେବେ ବୃଦ୍ଧାଜଣଙ୍କ କିପରି ମୃତ୍ୟୁବରଣ କଲେ ସେ ବାବଦରେ ଜାଣି ନାହିଁ ବୋଲି ମମତା କହିଛନ୍ତି ।

Comments are closed.