Latest Odisha News

ଅଣ୍ଡା ଫୁଟିବା ପରେ ସମୁଦ୍ର ମୁହାଁ ହଜାର ହଜାର କଇଁଛ ଛୁଆ

ଅସ୍ତରଙ୍ଗ ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ର ମୁହାଁ ଅଲିଭ୍ ଅଲିଭ୍ ରିଡ୍‌ଲେ । ହଜାର ହଜାର କଇଁଛ ଶାବକ ସମୁଦ୍ରକୁ ଫେରି ଯାଉଛନ୍ତି । ଚଳିତ ବର୍ଷ ଅନୁକୁଳ ପାଗ ଯୋଗୁଁ ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ ଅଣ୍ଡାଦାନ କରିବା ସହ ପ୍ରଜନନ ପ୍ରକ୍ରିୟା ସରିଛି । ଏବେ ଅଣ୍ଡାରୁ ଛୁଆ ହେବା ପରେ ସମୁଦ୍ରକୁ ଫେରୁଛନ୍ତି କୁନି କଇଁଛ ଶାବକ ।

ଅଣ୍ଡାରୁ କଇଁଛ ଛୁଆଙ୍କ ସୁରକ୍ଷିତ ସମୁଦ୍ର ଫେରିବା ଯାଏ ଏମାନଙ୍କ ଖୁବ ଯତ୍ନ ନିଆ ଯାଇଥିଲା । ଏଥିପାଇଁ ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ଠାରୁ ବ୍ରହ୍ମଗିରି ବାଲି ହରଚଣ୍ଡୀ ମଧ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସାମୁଦ୍ରିକ କଟକଣା ସହ ନାସୀ, ଗଙ୍ଗାଦେବୀ, ଯାହାନିଆ, ଡାଳୁଅକଣି, କଂଅରପୁର ଭଳି ୧୨ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି ।

ତିନି ବର୍ଷ ଧରି ପୁରୀ ଜିଲ୍ଲା ଉପକୂଳରେ ସାମୁଦ୍ରିକ ବାତ୍ୟା ଫୋନି ଓ କରୋନା କଟକଣା ପାଇଁ ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେଙ୍କ ଅଣ୍ଡା ଦାନ ଓ ପ୍ରଜନନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ହେଲେ ଚଳିତ ଋତୁରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଁଣ ଠାରୁ ବ୍ରହ୍ମଗିରିର ହରଚଣ୍ଡୀ ଉପକୂଳରୁ ୧ଲକ୍ଷ ୬ହଜାର ୩୪୯ ରେକର୍ଡ ସଂଖ୍ୟାରେ ଅଲିଭ ରିଡ଼ଲେ ଅଣ୍ଡା ସଂଗୃହିତ ହୋଇଛି । ଏ ପର୍ଯ୍ୟନ୍ତ ୧୨ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରରୁ ୨୫ ହଜାର ୧୬୫ ଅଲିଭ ରିଡ଼ଲେ ସାବକଙ୍କୁ ସମୁଦ୍ରରେ ଛଡା ଯାଇଛି ।

କରୋନା କଟକଣା ମଧ୍ୟରେ ପ୍ରଜନନ କେନ୍ଦ୍ରରେ ଅଣ୍ଡା ଗୁଡିକର ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ପ୍ରଜନନ ବାଧାପ୍ରାପ୍ତ ହେବା ସହ ଅଧିକାଂଶ ଅଣ୍ଡା ନଷ୍ଟ ହୋଇଯାଇଥିଲା ।

Comments are closed.