ବ୍ରହ୍ମପୁର:ବିଦେଶୀ ଅତିଥି ଅଲିଭ ରିଡଲେଙ୍କ ଆଗମନ ପାଇଁ ପ୍ରସ୍ତୁତି ହେଲାଣି ଗଞ୍ଜାମ ଉପକୂଳ। କେବଳ ବନ ବିଭାଗ ନୁହଁ, ଅନ୍ୟାନ୍ୟ ବିଭାଗ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମିଳନ ଠାରୁ ଅଣ୍ଡାଦାନ ଏବଂ ଛୁଆ ବାହାରିବା ପର୍ଯ୍ୟନ୍ତ, ସେମାନଙ୍କ ସୁରକ୍ଷିତ ସହବସ୍ଥାନ ପାଇଁ ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଛି ତତ୍ପରତା। ପ୍ରାୟ ୫୨ କିମି ବେଳାଭୂମିରେ ଚଳିତ ବର୍ଷ ହେବ ଗଣଅଣ୍ଡାଦାନ।
ବ୍ରହ୍ମପୁର ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସମ୍ମିଳନୀ ଗୃହଠାରେ ବିରଳ ଅଲିଭ ରିଡଲେ କଇଁଚଙ୍କ ଆଗମନକୁ ନେଇ ବନ ବିଭାଗର ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଯୋଗଦାନ କରିଥିଲେ। ଆଗାମୀ ଦିନରେ ଅଲିଭ ରିଡଲେ କଇଁଚ ମିଳନ ଓ ଗଣ ଅଣ୍ଡାଦାନ ପାଇଁ ଋଷିକୂଲ୍ୟା ମୂହାଣଙ୍କୁ ଆସିବେ ଏହାକୁ ନଜରରେ ରଖି ଏହାର ସୁରକ୍ଷା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଆଗ ଧାଡିର କର୍ମଚାରୀ ଏବଂ ସଂଗଠନର ସଦସ୍ୟମାନେ ଏଥିରେ ଭାଗନେଇଥିଲେ। ବିଗତ ବର୍ଷ ଏହି ମୁହାଣଙ୍କୁ ସର୍ବାଧିକ କଇଁଚ ଗଣ ଅଣ୍ଡାଦାନ ପାଇଁ ଆସିଥିବା ବେଳେ ଚଳିତ ଥର ମଧ୍ୟ ତାହାକୁ ନଜରରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିନରେ ପ୍ରୟାଗୀ ଠାରୁ ଅନନ୍ତରାୟପୁର ପାଖାପାଖି ୫୨ କିଲୋ ମିଟର ସୁଦୀର୍ଘ ବେଳାଭୂମିର କଇଁଚମାନେ ଗଣ ଅଣ୍ଡାଦାନ କରିଥାନ୍ତି। ସେଥି ମଧ୍ୟରୁ ପୋଡମପେଟା ଠାରୁ ପୁରୁଣାବନ୍ଧ ଦୀର୍ଘ ୫ କିଲୋମିଟର ବେଳାଭୂମୀରେ ସବୁଠାରୁ ଅଧିକ କଇଁଚ ଗଣ ଅଣ୍ଡାଦାନ କରୁଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ବିକ୍ଷିପ୍ତ ଅଣ୍ଡାଦାନ କରିଥାନ୍ତି। ତେବେ ବନ ବିଭାଗ ପକ୍ଷରୁ ପୋଡମପେଟା ଠାରୁ ପୁରୁଣାବନ୍ଧ ମୋଟ ୫୦ଟି ଜୋନରେ ବିଭକ୍ତ କରାଯାଇଛି। ପ୍ରତି ଜୋନରେ ପାଞ୍ଚ ଜଣିଆ ଟିମ କଇଁଚ ଓ ତାହାର ଅଣ୍ଡାର ସୁରକ୍ଷା ପାଇଁ ନିୟୋଜିତ ହୋଇଥାନ୍ତି। ସେହିପରି ବିଗତ ବର୍ଷ ସମସ୍ତ ବିଭାଗର ସମ୍ମନ୍ୱୟ ଏବଂ ସହଯୋଗ କାରଣରୁ ସଫଳତାର ସହ ବନ ବିଭାଗ ଏହାକୁ ପରିଚାଳନା କରିଥିଲା। ସେହିପରି ଚଳିତ ଥର ମଧ୍ୟ ସମସ୍ତ ବିଭାଗ ସମାନ ସହଯୋଗ କରିବେ ବୋଲି ଆରସିସିଏଫ ମିଶ୍ର କହିଥିଲେ। ସେହିପରି ବିଗତ ଦିନମାନଙ୍କରେ ଏହି ମୁହାଣରେ ଜଙ୍ଗଲି ଜୀବଯନ୍ତୁ ଅଣ୍ଡାକୁ ନଷ୍ଟ କରିବାର ଭୟ ରହିଥିବା ବେଳେ ଚଳିତ ବର୍ଷ ଠାରୁ ସବୁଠାରୁ ଅଧିକ ଗଣ ଅଣ୍ଡାଦାନ ହେଉଥିବା ଏକ କିଲୋମିଟରରେ ଜିଆଇ ତାରର ସୁରକ୍ଷା ବାଡ ନିର୍ମାଣ କରାଯିବ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ନାୟକ କହିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ପରିଚାଳନା ମୁଖ୍ୟ ଅନିଲ ମହାପାତ୍ର, ଅତିରିକ୍ତ ବନ ସଂରକ୍ଷକ କେ ମାଧବୀଲତା, ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଳପାଣି ଶତପଥି, ରବିନ୍ଦ୍ରନାଥ ସାହୁ, ପରିବେଶବିତ ଚନ୍ଦନ ଜାନି, ଡବ୍ଲୁଡବ୍ଲୁଏଫର ରାଜ୍ୟ ସଂଯୋଜିକା ସାଧ୍ବୀ ସିନ୍ଦୁରା, ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ରଜତ ମିଶ୍ର, ମନୋଜ ପାତ୍ର, ତଟରକ୍ଷୀ ବାହିନିର କମାଣ୍ଡିଙ୍ଗ ଅଧିକାରୀ, ମତ୍ସ୍ୟ ବିଭାଗ, ପୋଲିସ ଅଧିକାରୀ, ଆଇଆରଇର କର୍ମଚାରୀ, ଗୋପାଳପୁର ପୋର୍ଟର କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ।
BREAKING NEWS
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
Comments are closed.