Latest Odisha News

BREAKING NEWS

୩୦ ବର୍ଷ ତଳର ଫ୍ରୋଜନ ଏମ୍ବ୍ରିୟୋ ମାଧ୍ୟମରେ ଜନ୍ମ ହେଲେ ଯମଜ ସନ୍ତାନ

ଓରେଗନ: ବିଜ୍ଞାନର ଆଉ ଏକ ଚମତ୍କାର ଦେଖିବାକୁ ମିଳିଛି । ୩୦ ବର୍ଷ ତଳେ ଫ୍ରୋଜନ ଏମ୍ବ୍ରିୟୋ ମାଧ୍ୟମରେ ରଶେଲ ରିଡବେ ଓ ଫିଲିପ ରିଡବେ ଯମଜ ସନ୍ତାନର ବାପା ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ୨୭ ବର୍ଷ ଥିଲା । ନ୍ୟାଶନାଲ ଏମ୍ବ୍ରିୟୋ ଡୋନେଶନ ସେଂଟରରୁ ମିଳିଥିବା ତଥ୍ୟ ଅନୁସାରେ ୧୯୯୨ର ଏହି ଫ୍ରୋଜନ ଏମ୍ବ୍ରିୟୋ ମାଧ୍ୟମରେ ଲିଡିୟା ଓ ଟିମୋଥି ରିଡବେଙ୍କ ଜନ୍ମ ହୋଇଛି । ଲିଡିୟାଙ୍କ ଓଜନ ୫ ପାଂଉଣ୍ଡ ୧୧ ଓନ୍ସ ଥିବା ବେଳେ ଟିମୋଥୀ ୬ ପାଉଣ୍ଡ ୭ ଓନ୍ସ ରହିଛନ୍ତି । ତେବେ ଏହି ଏମ୍ବ୍ରିୟୋ ପ୍ରକୃତରେ କାହାର ତାହା ଅଜଣା ରହିଛି । ୨୨ ଏପ୍ରିଲ ୧୯୯୨ରେ ଏକ ଦମ୍ପତି ତାଙ୍କ ଏମ୍ବ୍ରିୟୋ ଦାନ କରିଥିଲେ ।

ରାଷ୍ଟ୍ରୀୟ ଭ୍ରୁଣ କେନ୍ଦ୍ରରେ ଉପରୋକ୍ତ ଦମ୍ପିତି ଠିକଣା ନ ଥିବା ଦାତାଙ୍କ ଏମ୍ବ୍ରିୟୋ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ରିଡବେଙ୍କ ପୂର୍ବରୁ ୪ଟି ସନ୍ତାନ ଅଛନ୍ତି । ମୌଲୀ ଗିବସନ ନାମକ ଯୁବକ ୨୭ ବର୍ଷ ଧରି ରହିଥିବା ଫ୍ରୋଜନ ଏମ୍ବ୍ରିୟୋ ମାଧ୍ୟମରେ ୨୦୨୦ରେ ଜନ୍ମ ହୋଇଥିଲେ । ଏହା ଏକ ରେକର୍ଡ ଥିଲା । ଏବେ ଏହି ରେକର୍ଡ ଭଙ୍ଗ ହୋଇଯାଇଛି ।

Leave A Reply

Your email address will not be published.