Latest Odisha News

BREAKING NEWS

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

କେନ୍ଦ୍ରାପଡା: ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ରାଜକନିକା ଗହୀରମଥାରେ ବଂଶ ବୃଦ୍ଧି ପାଇଁ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରାୟ ୮୦ ହଜାର କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି । ଗହିରମଥା ବାଲୁକା ଶଯ୍ୟାରେ କଇଁଛ ମାନେ ଗଣ ଅଣ୍ଡାଦାନ କରିଛନ୍ତି ।

ସମୁଦ୍ର କୂଳଠାରୁ ୧ କିଲୋମିଟର ମଧ୍ୟରେ ଦୀର୍ଘ ୨ ମାସ ହେଲା ଭିଡ଼ ଜମାଇଥିଲେ କଇଁଛ । ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବହିବାରୁ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅଲିଭରିଡ଼ଲେ । ପାଗ ଅନୁକୂଳ ଥିବାରୁ ଆଗକୁ ଅଣ୍ଡାଦାନ ସଂଖ୍ୟା ବଢ଼ିପାରେ ।

ତେବେ ମା’ କଇଁଛ ପ୍ରାୟ ୧୦୦ଟି ଉପରେ ଅଣ୍ଡା ଦେଇଥାଏ । ଅଣ୍ଡା ଦେଇ ସାରିବା ପରେ ମା’ କଇଁଛ ତା’ର ଗାତକୁ ବାଲି ଘୋଡ଼ାଇ ଲୁଚାଇ ପକାଇ ପୁଣି ସମୁଦ୍ରକୁ ଫେରିଯାଏ । ସୂର୍ଯ୍ୟଙ୍କ ଉତ୍ତାପରେ ଉଷୁମ ହୋଇ ଅଣ୍ଡାଗୁଡ଼ିକରୁ ୪୫ ରୁ ୬୦ ଦିନ ମଧ୍ୟରେ କଇଁଛ ଶାବକ ବାହାରିଥାନ୍ତି ।

ବିରଳ ଅଲିଭରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଣ୍ଡାଦାନ ସ୍ଥଳକୁ ବାଡ ବୁଜାଯିବା ସହ ବନ କର୍ମଚାରୀ ଅଣ୍ଡାଦାନ ସ୍ଥଳକୁ ଜଗି ରହିଛନ୍ତି । ରାଜନଗର ଓ ଭଦ୍ରକ ଡିଭିଜନ ପକ୍ଷରୁ ଅଲିଭରିଡ୍‌ଲେଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comments are closed.