Latest Odisha News

ଅଲିଭରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ପ୍ରଥମ ଦିନରେ ୧୮୫ ଅଣ୍ଡା ସଂଗ୍ରହ

କୋଣାର୍କ: ଆରମ୍ଭ ହୋଇଛି ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକିୟା । କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର ଉପକୂଳରୁ ଗୁରୁବାର ବିଲମ୍ବିତ ରାତିରେ ପ୍ରଥମ କରି ଦୁଇଟି ଅଲିଭରିଡଲେ ୧୮୫ଟି ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ଅଣ୍ଡାକୁ ସଂଗୃହିତ କରାଯାଇ ଚନ୍ଦ୍ରଭାଗା ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି ।

ଅଲିଭରିଡଲେ କଇଁଛମାନଙ୍କ ନିରାପଦ ଓ ସମୂହ ଅଣ୍ଡାଦାନ ପାଇଁ ବନବିଭାଗ ତତ୍ପରତା ପ୍ରକାଶ କରିଛି ।

କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ସୂଚନା ମୁତାବକ, ଯେପରି ଅଲିଭରିଡଲେଙ୍କ ଅଣ୍ଡାଦାନ ପରେ ଅଣ୍ଡା ଗୁଡିକ ବନ୍ୟଜନ୍ତୁ ମାନେ ନଷ୍ଟ ନକରି ଦିଅନ୍ତି ସେନେଇ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହି ଅଣ୍ଡାରୁ ଆସନ୍ତା ୬୦ ଦିନ ମଧ୍ୟରେ ଛୁଆ ଫୁଟିବା ପରେ ସୁରକ୍ଷିତ ଭାବେ ଅଲିଭରିଡଲେ ଶାବକମାନଙ୍କୁ ଗଭୀର ସମୁଦ୍ରକୁ ଛଡ଼ାଯିବ ।

Comments are closed.