Latest Odisha News

BREAKING NEWS

ଓଲୀ ରବିନସନ ଦେଲେ ଗୋଟିଏ ଓଭରରେ ୪୩ ରନ

ଲଣ୍ଡନ: ଇଂଲଣ୍ଡର ପେସ ବୋଲର ଓଲୀ ରବିନସନ କାଂଉଟି ଚାମ୍ପିୟନଶିପରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ଦ୍ୱିତୀୟ ବୋଲର ଭାବେ ସର୍ବାଧିକ ୪୩ ରନ ଗୋଟିଏ ଓଭରରେ ଦେଇଛନ୍ତି । ସସେକ୍ସ ପକ୍ଷରୁ ଖେଳୁଥିବା ଓଲୀ ଲିସେଷ୍ଟରଶୟର ବିପକ୍ଷରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଲୁଇସ କିମ୍ବର ତାଙ୍କ ଓଭରରେ ୪୩ ରନ ସଂଗ୍ରହ କରିଥିଲେ । ସେ ୫ଟି ଛକା( ନୋ ବଲରେ ୩ଟି ଛକା), ୩ ଚୌକା ଓ ଏକ ରନ ସଂଗ୍ରହ କରିଥିଲେ । ଲିସେଷ୍ଟରଶୟର ୪୪୬ ରନର ଲକ୍ଷ୍ୟ ସସେକ୍ସ ସମ୍ମୁଖରେ ରଖିଛି । କିମ୍ବର ୬୫ ବଲରେ ଅପରାଜିତ ୧୦୯ ରନ ସଂଗ୍ରହ କରିଥିଲେ ।

୧୯୯୦ରେ ପ୍ରଥମ ଶ୍ରେଣୀ କ୍ରିକେଟର ସବୁଠାରୁ ମହଙ୍ଗା ଓଭର ନ୍ୟୁଜିଲାଣ୍ଡର ୱର୍ଟ ୱାସ ପକାଇଥିଲେ । ସେ ତାଙ୍କ ଓଭରରେ ୭୭ ରନ ଦେଇଥିଲେ । ଏଥିରେ ୧୭ ନୋ ବଲ ଥିଲା । ୱାସ ନ୍ୟୁଜିଲାଣ୍ଡ ପକ୍ଷରୁ ୪ଟି ଟେଷ୍ଟ ଏବଂ ୮ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ରବିନସନ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ରନ ଦେଇଛନ୍ତି । ସେ ନିଜ ଦେଶର ଆଲେକ୍ସ ଟ୍ୟୁଡର(୩୮)ଙ୍କ ପଛରେ ପକାଇ ଦେଇଛନ୍ତି ।

Comments are closed.