ଭୁବନେଶ୍ୱର: କିଏ କହୁଥିଲା ହାକିମ ବାବୁ ତ ଆଉ କିଏ ସରପଂଚ ବାବୁ । ଓଲିଉଡକୁ ଭେଟି ଦେଇଥିଲେ କପାଳ ଲିଖନ ଓ ସିନ୍ଦୁର ବିନ୍ଦୁ ଭଳି କାଳଜୟୀ ସିନେମା । ଜଣେ ମଂଚ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟଗୁରୁ ଏବଂ ଜଣାଶୁଣା ଓଡ଼ିଆ ନାଟ୍ୟକାର ଅଜିତ ଦାଶ । ମଂଚ ଅଭିନୟ ଶିକ୍ଷାନୁଷ୍ଠାନ, ଅଭିନୟ ଜାଗୃତ ଇନ୍ଷ୍ଟିଚ୍ୟୁଟ ଅଫ ଥିଏଟରର ସେ ଥିଲେ ପ୍ରତିଷ୍ଠାତା । ଯୁବ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ପିଲା ଦିନୁ ନାଟକ ସହ ଜଡିତ ଥିଲେ । ଆଉ ନାଟକ ଦେଖୁ ଦେଖୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ଅଜିତ । ତା’ପରେ ଓଲିଉଡରେ ଆରମ୍ଭ ହୋଇଥିଲା ଅଜିତଙ୍କ ଲମ୍ବା ଇନିଂସ୍ ।
୧୯୭୬ ମସିହାରେ ସିନ୍ଦୁର ବିନ୍ଦୁ ଫିଲ୍ମରେ ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ମିଳିଥିଲା । ତା’ପରେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅଜିତ । ସରପଂଚ ବାବୁ, ହାକିମ ବାବୁ, ଲୁଟତରାଜ, ସିନ୍ଦୁରବିନ୍ଦୁ, ଆହୁତି, ପୁର୍ନମିଳନ, ସନ୍ଧ୍ୟାତାରା, ତୁଣ୍ଡବାଇଦ, ମାଆ, ଜଗା ହାତରେ ପଘା, ଲକ୍ଷେ ଶିବ ପୂଜି ପାଇଛି ପୁଅ, ସୁନା ଚଢ଼େଇ, ଗୋଲାମ ଗିରି, ବଳିଦାନ, ତପସ୍ୟା ଭଳି ଫିଲ୍ମରେ ଅଜିତ ଦାଶଙ୍କ ନିଖୁଣ ଅଭିନୟ ତାଙ୍କୁ ଚିରଦିନ ପାଇଁ ଅମର କରି ରଖିଥିବ ।
Comments are closed.