Latest Odisha News

BREAKING NEWS

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

ଭୁବନେଶ୍ବର: ଅସୁସ୍ଥ ହୋଇ ହସ୍ପିଟାଲ୍‌ ରେ ଭର୍ତ୍ତି ହେଲେ ଓଲିଉଡ୍‌ ର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । କିଛି ଦିନ ହେବ ଜ୍ବର ଏକ କଫ ଜନିତ ସମସ୍ୟାରେ ପୀଡିତ ଥିଲେ । ଫୁସଫୁସ୍‌ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି ।

ସେ କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ବୁଦ୍ଧାଦିତ୍ୟଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଥିବା ଜଣାପଡ଼ିଛି । ବର୍ତ୍ତମାନ ବୁଦ୍ଧାଦିତ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏହି ଖବର ସାମ୍ନାକୁ ଆସିବା ପରେ ବୁଦ୍ଧାଦିତ୍ୟଙ୍କ ପ୍ରସଂଶକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ତେବେ ବୁଦ୍ଧାଦିତ୍ୟ ମହାନ୍ତି ଓଲିଉଡ୍‌ ସହ ବଲିଉଡ୍‌ ରେ ମଧ୍ୟ ଅଭିନୟ କରି ଲୋକଙ୍କ ମନ ଜିତିଛନ୍ତି । ସେ ପ୍ରଥମେ ଏକ ହିନ୍ଦୀ ସିରିୟଲରେ ଅଭିନୟ କରିଥିଲେ । ଏହାପରେ ଓଡିଆ ଫିଲ୍ମ ‘ସାଧବ ବୋହୂ’ ଜରିଆରେ ଘରେ ଘରେ ପ୍ରିୟ ପାଲଟିଥିଲେ, ଏହାପରେ ସେ ‘ନନ୍ଦିନୀ ଆଇ ଲଭ୍‌ ୟୁ’, ‌‘ପ୍ରେମ ରୋଗୀ’, ‘ପ‌ାଗଳ କରିଛି ପାଉଁଜି ତୋର’ ଏବଂ ଅନେକ ରିଆଲିଟି ଶୋ ରେ ସେ ନଜର ଆସିଛନ୍ତି ।

Comments are closed.