ଭୁନେଶ୍ୱର: ଲିଭର ସୋରୋସିସ୍ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦଙ୍କ ପାଇଁ ଏବେ ଆଉ ଏକ ସମସ୍ୟା ଦେଖା ହୋଇଛି। ପରିବାର ଲୋକଙ୍କ ସହ ମିଶୁନି ଅଭିନେତା ପିଣ୍ଟୁ ନନ୍ଦଙ୍କକ ଲିଭର। ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ନିଆଯିବ ବୋଲି ସୂଚନା ମିଳିଛି।
ସୂଚନା ଥାଉକି, ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ସିରୋସିସ୍ ରୋଗ ଜଣାପଡ଼ିବା ପରେ ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ପାଇଁ ତାଙ୍କର ଅର୍ଥ ବାଧକ ସାଜିଥିଲା। ତାଙ୍କ ସହଯୋଗ ପାଇଁ ଓଲିଉଢ୍ ସିନେମା ଆଗେ ଆସିଥିଲା। ବଦାନ୍ୟ ବ୍ୟକ୍ତିଙ୍କକ ସହଯୋଗ ମଧ୍ୟ ମିଳିଥିଲା।
ଭୁନେଶ୍ୱର ଘରୋଇ ଡାକ୍ତର ପିଣ୍ଟକୁ ଚିକିତ୍ସା କରିବା ପରେ ଦିଲ୍ଲୀ ଯିବାକୁ ପରାମର୍ଶ ଦେଇଥିଲେ। ହେଲେ ଏବେ ପରିବାରର କାହା ସହ ପିଣ୍ଟୁଙ୍କର ଲିଭର ମ୍ୟାଚ୍ ନ କରିବାକୁ ତାଙ୍କୁ ଅଡ଼ୁଆରେ ପକାଇଛି।
ତେଣୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ। ସେଠାରେ ଯଶୋଦା ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି। ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି।
Comments are closed.