Latest Odisha News

BREAKING NEWS

ପାଠାଗାର ଆନ୍ଦୋଳନକୁ ପୁନଃ ଜାଗ୍ରତ କରିବା ପାଇଁ ଅଭିନେତ୍ରୀ ବର୍ଷାଙ୍କ ପ୍ରୟାସ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଦ କ୍ଲିକ୍ ପ୍ରଡକ୍ସନର ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ “ସମ୍ମାନିତା” ପକ୍ଷରୁ ଆରମ୍ଭ ହୋଇଛି “ଆମ ପାଠାଗାର” । ଏହି ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ଦାସ ବେନହୁର, ଡ଼ଃ ସଂଘମିତ୍ରା ମିଶ୍ର, ବିଶିଷ୍ଟ ଲେଖକ ବନୋଜ ତ୍ରିପାଠୀ ଏବଂ ବିଶିଷ୍ଟ ଲେଖକ ତଥା ଗୀତିକାର ବିଜୟ ମଲ୍ଲ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ଫୁଲଝରନ ଗାଁର ଝିଅ ଦିଲେସ୍ୱରୀ ଧାରୁଆଙ୍କୁ ସମ୍ମାନିତ କରାଯାଇଥିଲା । କୋଭିଡ ମହାମାରୀ ସମୟରେ ସରକାରୀ ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ଗାଁର ପିଲାମାନେ ଯେପରି ପାଠ ପଢାରେ ପଛରେ ନ ରହି ଯାଆନ୍ତି ସେଥିପାଇଁ ସେ ନିଃସ୍ୱାର୍ଥପର ଶିକ୍ଷାଦାନ କରିଆସୁଛନ୍ତି ।

ଦାଶିଆ ଅଜା ଭାବରେ ଜଣାଶୁଣା,ସ୍ବର୍ଗତ ଦାଶରଥୀ ପଟ୍ଟନାୟକ ଓଡିଶାର ଲାଇବ୍ରେରୀ ଆନ୍ଦୋଳନର ଅଗ୍ରଦୂତ ଥିଲେ । ସେ ମାତ୍ର 5 ଟି ପୁସ୍ତକରୁ ଏକ ଲାଇବ୍ରେରୀ ଆରମ୍ଭ କରିଥିଲେ, ବର୍ତ୍ତମାନ ଏହି ଲାଇବ୍ରେରୀରେ ଦେଢ ଲକ୍ଷରୁ ଅଧିକ ପୁସ୍ତକ ଓ ସାମୟିକ ପତ୍ରିକା, ପାଣ୍ଡୁଲିପି, ଚିତ୍ର ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ସମ୍ବନ୍ଧୀୟ ପୁସ୍ତକ ରହିଛି । ଦାଶିଆ ଆଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଲାଇବ୍ରେରୀ ଆନ୍ଦୋଳନକୁ ପୁନଃ ଜାଗ୍ରତ କରିବା ପାଇଁ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ପ୍ରୟାସ କରିଛନ୍ତି ।

Leave A Reply

Your email address will not be published.