ଭୁବନେଶ୍ୱର : ଆଜି କମେଡି କିଙ୍ଗ ପପୁ ପମ୍ ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ଜନ୍ମଦିନ । ପପୁଙ୍କ ଜନ୍ମ ଦିନ ଅବସରରେ ତାଙ୍କ ଫ୍ୟାନମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଓଡିଆ ଚଳଚ୍ଚିତ୍ରରେ କମେଡି କ୍ଷେତ୍ରରେ ପପୁଙ୍କର ଏକ ସ୍ୱାତନ୍ତ୍ରତା ରହିଛି । ପରିସ୍ଥିତି ଓ ପରିବେଶକୁ ଦେଖି ସେ କମେଡି କରଦିଅନ୍ତି । ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥାନ୍ତି ।

ମୟୂରଭଂଜ କପ୍ତିପଦାରେ ଜନ୍ମିତ ପପୁ ଉଦଳା କଲେଜରେ ପାଠ ପଢିବା ବେଳେ ନାଟ୍ୟ ସମ୍ପାଦକ ଭାବେ ଦାତ୍ତ୍ୱ ତୁଲାଇଥିଲେ । ସେତେବେଳେ ପପୁ ଭଲ ଗୀତ ବୋଲୁଥିଲେ । ଏଥି ପାଇଁ ସେ ବିଦ୍ଧିବଦ୍ଧ ସଙ୍ଗୀତ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି ।
ପାଠପଢା ସରିବା ପରେ ଭୁବନେଶ୍ୱର ଆସି ବିଭିନ୍ନ ଆଲବମରେ ଗୀତ ବୋଲୁୁଥିଲେ । କିନ୍ତୁ ଏଥିରେ ତାଙ୍କୁ ସେତେଟା ସଫଳତା ମିଳି ନ ଥିଲା । ପରବର୍ତ୍ତୀ ସମୟରେ ସେ ରେଡିଓ ଜକି ଭାବେ ଯୋଗ ଦେଇଥିଲେ । ଏହାପରେ ଘରୋଇ ଚ୍ୟାନେଲରେ ପ୍ରସାରିତ ଏକ ଲୋକପ୍ରିୟ କମେଡି ପ୍ରୋଗ୍ରାମ ଜରିଆରେ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ ।

ଓଲିଉଡରେ ପ୍ରବେଶ କରିବା ପରେ ସେ ‘ତୁ ମୋ ଆଖିର ତାରା’, ‘ତୋ ଆଖିରେ ମୁଁ’, ‘ପ୍ରଥମ ପ୍ରେମ’, ‘ସଂଜୁ ଆଉ ସଂଜନା’, ‘ଦେ ମା ଶକ୍ତି ଦେ’, ‘ଛାତିରେ ଲେଖିଛି ତୋରି ନାଁ’, ‘ମୋଷ୍ଟ ୱାଣ୍ଟେଡ’, ‘ଦିୱାନା’, ‘ବାଳୁଙ୍ଗା ଟୋକା’, ‘ଏସିପି ସାଗରିକା’, ‘ଚଉକା ଛକା’, ‘ଲଭ୍ ଷ୍ଟେସନ’ ପରି ଚଳଚ୍ଚିତ୍ରରେ ନିଜ କମେଡିର ଯାଦୁ ଦେଖାଇଛନ୍ତି । ଚଳଚ୍ଚିତ୍ର ‘ରଙ୍ଗିଲା ଟୋକା’ ଓ ‘ଆମେ ତ ଟୋକା ଷଣ୍ଢ ମାର୍କା’ରେ ସେ ଅଭିନେତା ଭାବେ ନଜର ଆସିଥିଲେ । ଚଳଚ୍ଚିତ୍ର ‘ଚିରକୁଟ୍ରେ’ ସେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଛନ୍ତି ।
କେବଳ ଅଭିନୟ ନୁହେଁ ରାଜନୀତିକୁ ମଧ୍ୟ ଓହ୍ଲାଇଥିଲେ ପପୁ । କିନ୍ତୁ ଏଥିରେ ସେ ସେମିତି କିଛି କରାମିତି ଦେଖାଇ ପାରିନଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ସେ କେନ୍ଦୁଝର ଚମ୍ପୁଆ ଆସନରୁ ବିଜେଡି ଟିକେଟରେ ଲଢି ହାରିଥିଲେ ।
Comments are closed.