Latest Odisha News

BREAKING NEWS

[ଭିଡିଓ] ସାଇବର ଠକଙ୍କୁ କିପରି ଚିହ୍ନିବେ ,ସବ୍ୟର୍ଚିତା ନୂଆ ଫିଲ୍ମରେ ଦେଲେ ସଚେତନତା ବାର୍ତ୍ତା

ଭୁବନେଶ୍ୱର : ରାଜ୍ୟରେ ଏବେ ସାଇବର ଠକଙ୍କ ଉତ୍ପାତ ବଢିବାରେ ଲାଗିଛି । ଠକାମି ପୂର୍ବରୁ ସାଇବର ଠକଙ୍କୁ କିପରି ଚିହ୍ନିବେ । ଏନେଇ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ନୂଆ ଫିଲ୍ମ ରେ ଏହି ମନ୍ତ୍ର ଦେଇଛନ୍ତି । ଯଦି ଆପଣ ସତର୍କତା ମୂଳକ ପଦକ୍ଷେପ ନେଇପାରିବେ ତେବେ ଜାଣିପାରିବେ କିଏ ଠକ କିଏ ଭୁଲ । ଏଥିପାଇଁ ସବ୍ୟସାଚୀ ଅର୍ଚ୍ଚିତାଙ୍କ ଆସିଛି ନୂଆ ସିନେମା ।ଯେଉଁଥିରେ ଏଭଳି କିଛି ସଚେତନତା ବର୍ତ୍ତା ଦେଇଛନ୍ତି ଉଭୟ କଳାକାର।

ବସନ୍ତ ପଣ୍ଡାଙ୍କ ନିର୍ଦେଶିତ ଓଡିଶା କ୍ରାଇମବ୍ରାଞ୍ଚ ଦ୍ବାରା ପ୍ରସ୍ତୁତ ଏହି ସର୍ଟ ଫିଲ୍ମରେ ଦିଆଯାଇଛି ସାଇବର ଠକେଇ ଜନିତ ସଚେତନତା ବାର୍ତା । ଯାହାକୁ ନେଇ କ୍ରାଇମବ୍ରାଞ୍ଚ ଏଡିଜି ଓ ତାଙ୍କ କାର୍ଯାଳୟରେ ସ୍ବତନ୍ତ୍ର କାର୍ଯକ୍ରମ ଜରିଆରେ ଏହି ସର୍ଟ ଫିଲ୍ମ ରିଲିଜ ହୋଇଛି।ଯେଉଥିରେ କିଭଳି ଠକଙ୍କ ମେସେଜ ଆସୁଛି ଓ କିପରି ଠକେଇ ପାଇ ପ୍ଲାନ କରୁଛନ୍ତି ଆଉ ଠକାମିରୁ ବର୍ତିବାକୁ କି ପଦକ୍ଷେପ ନେଉଛନ୍ତି ।

ସେନେଇ ଫିଲ୍ମ ଜରିଆରେ ସଚେତନ କରିଛନ୍ତି ସେନେଇ ଫିଲ୍ମରେ ପ୍ରଦର୍ଶିତ ହୋଇଛି।ଏନେଇ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଏନେଇ ସବ୍ୟସାଚିଙ୍କୁ ବ୍ରାଣ୍ଡ ଆମ୍ବାସାଡାର କରାଯାଇଛି।ଆଗାମି ଦିନରେ ଏହି ପରି କ୍ଷୁଦ୍ରଫିଲ୍ମ ଜରିଆରେ ସଚେତନତା ମୁଳକ ଭିଡିଓ କରି ଜନସାଧାରଣଙ୍କୁ ସଚେତନତା କରାଯିବ।ତେବେ ଦେଖନ୍ତୁ ଏହି ଭିଡିଓ।

Leave A Reply

Your email address will not be published.