Latest Odisha News

BREAKING NEWS

ସ୍କାଏଡାଇଭର୍ ହେଲେ ଚୁଲବୁଲି ଅର୍ଚ୍ଚିତା !

ଭୁବନେଶ୍ୱର: ଓଲିଉଡ ସୁନ୍ଦରୀ ଅର୍ଚ୍ଚିତା ସାହୁ ଏବେ ସ୍କାଏଡାଇଭର୍ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା କୌଣସି ରିଲ୍ ଲାଇଫରେ ନୁହେଁ ବରଂ ରିୟଲ୍ ଲାଇଫରେ ସେ ଏଥିପାଇଁ ଦକ୍ଷତା ହାସଲ କରିଛନ୍ତି ।

ଚୁଲବୁଲି ଅର୍ଚ୍ଚିତା ସଂଯୁକ୍ତ ରାଷ୍ଟ୍ର ଆମେରିକା ଗସ୍ତରେ ଯାଇଥିବା ବେଳେ ୱାସିଂଟନ୍ ଡିସିର ଏକ ଘରୋଇ ସଂସ୍ଥାରୁ ସ୍କାଏଡାଇଭର୍ ଲାଗି ଟ୍ରେନିଂ ନେଇଛନ୍ତି ।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଅର୍ଚ୍ଚିତା ସେଠାକୁ ଯାଇଥିବା ଜଣାପଡିଛି ।

ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ ଯେ, ପ୍ରଥମ ପର୍ଯ୍ୟାୟ ସଫଳତାର ସହ ପାର୍ କରିଛନ୍ତି ଏବଂ ଆଉ ଗୋଟେ ସ୍ତର ପାର୍ କଲାପରେ ଯାଇ ସେ ଗ୍ରାଜୁଏଟ୍ ହୋଇପାରିବେ । ସେ ଅନୁଭବୀ ପ୍ରଶିକ୍ଷକଙ୍କ ତତ୍ୱାବଧାନରେ ଲାଉନଡାଉନ୍ କେନ୍ଦ୍ରର ଇନଡୋରରେ ପ୍ରଶିକ୍ଷଣ ନେଇଛନ୍ତି ।

ଅର୍ଚ୍ଚିତା ଓଲିଉଡ ଜଗତରେ ‘ଚାମ୍ପିୟନ୍’, ‘ପାଗଳ କରିଛି ପାଉଁଜି ତୋର’, ‘ମୁଁ ଏକା ତୁମର’, ‘ବାବୁ ଆଇ ଲଭ୍ ୟୁ’ ‘ସ୍ମାଇଲ ପ୍ଲିଜ୍’, ‘ପିଲାଟା ବିଗିଡିଗଲା’ ଓ ‘ବାଏ ବାଏ ଦୁବାଇ’ ଭଳି ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

Leave A Reply

Your email address will not be published.