Latest Odisha News

ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ଦାନ୍ତେଓ୍ଵାଡା ଠାରେ ସୁରକ୍ଷାବଳଙ୍କ ଗୁଳିରେ ଶନିବାର ଦିନ ୨ ଜଣ ନକ୍ସଲ ନିହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଦାନ୍ତେଓ୍ଵାଡାର କୁଟ୍ରିମା ଅଞ୍ଚଳ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଛପି ରହିଥିବା ଖବର ପାଇ ଯବାନମାନେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ପରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।

ଏସମ୍ପର୍କରେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଏହି ଘଟଣା ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଶର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.