ଭୁବନେଶ୍ବର: ଦର୍ଶକଙ୍କ ମନ କିଣୁଛି ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ଫିଲ୍ମ ‘ଚ୍ୟାଲେଞ୍ଜ’ । ଗତ ୨୬ ତାରିଖ ଦିନ ରିଲିଜ ହୋଇଥିଲା ଫିଲ୍ମଟି । ତେବେ ସପ୍ତାହକ ଭିତରେ ଏକ କୋଟି ପାଖାପାଖି ଆୟ କଲାଣି ଫିଲ୍ମ ‘ଚ୍ୟାଲେଞ୍ଜ’ ।
ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟରେ ନିର୍ମିତ ଏହି ଫିଲ୍ମଟି ଭାଇର ତ୍ୟାଗ ଭଉଣୀର ଭଲପାଇବା ଓ ପରିବାରର ମହତ୍ଵ ବିଷୟରେ ଦେଖିବାକୁ ମିଳିବ । ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଆଦିକନ୍ଦ ସାହୁ । SKM ଦ୍ୱାରା ନିର୍ଦ୍ଦେଶିତ, ଜୀ ସାର୍ଥକ ସହିତ ମିଳିତ ଭାବରେ ଏବଂ ଆମର ମ୍ୟୁଜିକରେ ସଙ୍ଗୀତ ଦ୍ୱାରା ପ୍ରସ୍ତୁତ ହୋଇଛି ଚାଲେଞ୍ଜ ।
ଏଥିରେ ଅର୍ଦ୍ଧେନ୍ଦୁ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଏଲିନା ସାମନ୍ତରାୟ । ତେବେ ପ୍ରଥମ ଥର ପାଇଁ ଅର୍ଦ୍ଧେନ୍ଦୁ ଓ ଏଲିନା ସାମନ୍ତାରାୟ ଏକାଠି ନଜର ଆସିଛନ୍ତି ।
ନିର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର କଲେକ୍ସନ ନେଇ ସୂଚନା ଦେଇଛନ୍ତି । ସେ ଫିଲ୍ମର ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ଫିଲ୍ମର ପ୍ରଥମ ସପ୍ତାହର କଲେକ୍ସନ ବିଷୟରେ ସୂଚନା ଦେଇଛନ୍ତି । ଫିଲ୍ମ ପ୍ରଥମ ସପ୍ତାହରେ ୯୨.୭୦ ଲକ୍ଷ ଆୟ କରିଥିବା କହିଛନ୍ତି । ନିର୍ମାତାଙ୍କ ଅନୁଯାୟୀ, ଫିଲ୍ମ ପ୍ରଥମ ଦିନରେ ୩୩.୩୩ ଲକ୍ଷ କରିଥିଲା । ଦ୍ୱିତୀୟ ଦିନ କଲେକ୍ସନ ନେଇ ନିର୍ମାତା ସୂଚନା ଦେଇନଥିବା ବେଳେ ତୃତୀୟ ଦିନରେ ଫିଲ୍ମ ୫୮.୩୬ ଲକ୍ଷ ଆୟ କରିଥିଲା । ତେବେ ସପ୍ତାହକରେ ମୋଟ ୯୨.୭୦ ଲକ୍ଷ ଆୟ କରିଛି ଫିଲ୍ମ ।
Comments are closed.