Latest Odisha News

BREAKING NEWS

ଆସୁଛି ‘ନାୟକର ନାଁ ଦେବଦାସ’, ‘ପାରୋ’ ଚରିତ୍ରରେ ଭୂମିକା ଦାଶ !

ଭୁବନେଶ୍ୱର: ସିନେମା ଜଗତରେ ‘ଦେବଦାସ’ ଚରିତ୍ରକୁ ନେଇ ପୂର୍ବରୁ ପ୍ରାୟ ୧୬ଟି ଭାରତୀୟ ଭାଷାରେ ଚଳଚ୍ଚିତ୍ର ନିର୍ମିତ ହୋଇଛି । ପ୍ରସିଦ୍ଧ ବଙ୍ଗଳା ଉପନ୍ୟାସ ‘ଦେବଦାସ’କୁ ଆଧାରକରି ହିନ୍ଦି ସମେତ ବଙ୍ଗଳା, ମରାଠୀ, ଗୁଜରାଟୀ, ମାଲୟାଲାମ ତଥା ତେଲୁଗୁ ଭାଷାରେ ନିର୍ମିତ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷାରେ ପୂର୍ବରୁ ନିର୍ମିତ ହୋଇନଥିଲା ।

ତେବେ ଏହି ପ୍ରସିଦ୍ଧ ଉପନ୍ୟାସର ଚରିତ୍ରକୁ ନେଇ ଓଡ଼ିଆରେ ନିର୍ମିତ ହୋଇଛି ‘ନାୟକର ନାଁ ଦେବଦାସ’ । ଏହି ଓଡ଼ିଆ ସିନେମାର ସମସ୍ତ ସୁଟିଂ ନିକଟରେ ଶେଷ ହୋଇଛି । ଏହି ସିିନେମାର ରିଲିଜକୁ ସମସ୍ତ ଓଡ଼ିଆ ଦର୍ଶକ ଅପେକ୍ଷା କରି ରହିଛନ୍ତି ।

ରିଲିଜ୍ ପ୍ରତୀକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ରେ ଟାଇଟଲ୍ ଭୂମିକାରେ ଅଭିନୟ କରିଛନ୍ତି ଅସିତ ପାତ୍ର ।

ଏହି ଚଳଚ୍ଚିତ୍ରରେ ସବୁଠୁ ଚର୍ଚ୍ଚିତ ଚରିତ୍ର ‘ପାରୋ’ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ଼ ନାୟିକା ଭୂମିକା ଦାଶ ।

ଭୂମିକାଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କୁ ବେଶ୍ ଛୁଇଁ ପାରିବ ବୋଲି ଦର୍ଶକ ଆଶା କରିଛନ୍ତି ।

ପୂର୍ବରୁ ଦେବଦାସ ଚରିତ୍ରକୁ ନେଇ ଯେକୌଣସି ଭାଷାରେ ସିନେମା ନିର୍ମିତ ହୋଇଛି, ସେଥିରେ ପାରୋ ଭୂମିକାକୁ ବେଶ୍ ଗୁରୁତ୍ୱ ଦିଆଯାଇଛି ।

ଏହି ଓଡ଼ିଆ ସିନେମାରେ ମଧ୍ୟ ଭୂମିକା ଦାଶ ‘ପାରୋ’ ଚରିତ୍ରକୁ ସୁନ୍ଦର ଭାବେ ଅଭିନୟ ମାଧ୍ୟମରେ ଫୁଟାଇ ପାରିଛନ୍ତି ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ ଏବଂ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି ।

ଫିଲ୍ମଟି ଅଞ୍ଜନେୟ ମିଡ଼ିଆ ପକ୍ଷରୁ ନିର୍ମିତ ହୋଇଥିବା ବେଳେ ପ୍ରଯୋଜକ ଶିଶିର କୁମାର ଦାଶ, ପ୍ରଭାତ କୁମାର ପ୍ରଧାନ ଏବଂ କୀର୍ତ୍ତନ ଚନ୍ଦ୍ର ପାତ୍ର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ।

ଶୁଣାଯାଉଛି, ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ ପ୍ରାୟ ୨.୫କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଛି । ଏହି ସିନେମା ପରଦାକୁ ଆସିଲେ ନିଶ୍ଚିତ ଭାବେ ଦର୍ଶକମାନେ ଚଳଚ୍ଚିତ୍ରଟିକୁ ପସନ୍ଦ କରିବେ ବୋଲି ପୁରା ୟୁନିଟ୍ ଆଶା ପୋଷଣ କରିଛନ୍ତି ।

Leave A Reply

Your email address will not be published.