Latest Odisha News

BREAKING NEWS

ଜାନୁଆରୀ ୧୨ରେ ମୁକ୍ତିଲାଭ କରିବ ‘ରଙ୍ଗଶୁର’

ଭୁବନେଶ୍ବର: ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚ୍ଚିତ୍ର ‘ରଙ୍ଗଶୁର’ । ରାଜ୍ୟର ପାରମ୍ପରିକ ଲୋକନୃତ୍ୟ ‘ବାଘନାଚ’ ଏବଂ ନାରୀ ସଶକ୍ତୀକରଣ ଉପରେ ଆଧାରିତ ହୋଇଛି ଏହି ଚଳଚ୍ଚିତ୍ର । ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜ୍‌ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ରଟି । ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ‘ରଙ୍ଗଶୁର’ର ରିଲିଜ ତାରିଖ ଘୋଷଣା କରାଯାଇଛି ।

ପ୍ରଯୋଜକ ସଚ୍ଚିକାନ୍ତ ଜେନା ,ପ୍ରଶାନ୍ତ ବେହେରା ଏହାର ପ୍ରଯୋଜନା କରିଥିବାବେଳେ ସହ ପ୍ରଯୋଜନା କରିଛନ୍ତି ସୁନୀଲ ଯାଦବ ଏବଂ ପ୍ରତାପ ରାଉତ। କାହାଣୀ, ଚିତ୍ରତ୍ତୋଳନ ଏବଂ ନିର୍ଦ୍ଦେଶନାରେ ଅଛନ୍ତି ବହୁ ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ ।

ରଙ୍ଗଶୁର ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକକଳା ନୃତ୍ୟ ବାଘ ନାଚ ଉପରେ କାହାଣୀ ଆଧାରିତ । ବିଲୁପ୍ତ ପ୍ରାୟ ବାଘ ନାଚ ଉପରେ ଆଧାରିତ ଏ କଥାଚିତ୍ରର କାହାଣୀ ରଙ୍ଗଶୁର l ତେବେ ଜଣେ ଝିଅ ଦେହରେ ରଙ୍ଗ ଲଗାଇ ନୃତ୍ୟ କରୁଛି ଓ ଜଙ୍ଗଲକୁ କେମିତି ସୁରକ୍ଷା ଦେଉଛି, ତାହା ହିଁ ଚଳଚ୍ଚିତ୍ରର ମୁଖ୍ୟ କାହାଣୀ l ‘‘ବାଘ ବଞ୍ଚିଲେ ବଞ୍ଚିବ ଜଙ୍ଗଲ, ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବୁ’’ ଭଳି ଏକ ବଡ଼ ବାର୍ତ୍ତା ଦେଇଛି ଏହି ଫିଲ୍ମ।

ଓଡିଶାର ମୁଖ୍ୟତଃ ଗଞ୍ଜାମ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଏହି ବାଘ ନୃତ୍ୟ ପରିବେଷଣ ହୋଇଥାଏ l ଏହା ବ୍ୟତୀତ ବାହାର ରାଜ୍ୟ ବେଙ୍ଗଲ, କର୍ଣ୍ଣାଟକ, କେରଳ, ଆନ୍ଧ୍ର, ତାମିଲନାଡୁ, ମହାରାଷ୍ଟ୍ର ଏବଂ ଦେଶ ମାନଙ୍କ ମଧ୍ୟରେ ଜାପାନ, ଇଣ୍ଡୋନେସିଆ, ଚୀନ ମଧ୍ୟ ଏହି ନୃତ୍ୟ ପରିବେଷଣ ହୋଇଥାଏ l

ତେବେ ଏହି ଚଳଚ୍ଚିତ୍ରରେ ଅଭିଜ୍ଞ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ବିତ, ସୂର୍ଯ୍ୟମୟୀ ଏବଂ ଶୁଭଶ୍ରୀ ପ୍ରମୁଖ ଅଛନ୍ତି । ଏହି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ । ସ୍କ୍ରିପ୍ଟ ହିମାଂଶୁ ଏବଂ ଶତ୍ରୁ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ । ସଙ୍ଗୀତ ନିର୍ଦ୍ଦେଶନା ଗୌରବ ଆନନ୍ଦ ଏବଂ ବାନି । ପ୍ରଚାର ଓ ପ୍ରସାରରେ ଅଛନ୍ତି ଓଲିଉଡ୍ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଓ ସଂବିତ ଜେନା ଅଛନ୍ତି l

Comments are closed.