Latest Odisha News

BREAKING NEWS

ଏୟାରଲିଫ୍ଟ ପାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନାହିଁ: ହ୍ୟୁମାନ ସାଗରଙ୍କ ପତ୍ନୀ

ଭୁବନେଶ୍ବର: ୩୪ ବର୍ଷୀୟ ଓଲିଉଡ ଗାୟକ ହ୍ୟୁମାନ ସାଗରଙ୍କୁ ଶୁକ୍ରବାର ଦିନ ଏମ୍ସ-ଭୁବନେଶ୍ୱରର ମେଡିକାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (MICU)ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ନେଇ ସୂଚନା ମିଳିଛି।

ତାଙ୍କୁ ୭୨ ଘଣ୍ଟା ଧରି କଡ଼ା ନିରୀକ୍ଷଣରେ ରଖାଯାଇଥିଲା। ପ୍ରାରମ୍ଭିକ ୪୮ ଘଣ୍ଟା ମଧ୍ୟରେ ତାଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଗାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଦେଖାଯାଇନାହିଁ। ତେବେ ସେ ଏବେ ବି ଗୁରୁତର ଅବସ୍ଥାରେ ଅଛନ୍ତି ବୋଲି ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର କହିଛନ୍ତି।

ତେବେ ଗାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ହିଁ ତାଙ୍କୁ ଏମ୍ସ-ଦିଲ୍ଲୀ କିମ୍ବା ଅନ୍ୟ କୌଣସି ମେଡିକାଲକୁ ସ୍ଥାନାନ୍ତର କରିବା ବିଷୟରେ ଚିନ୍ତା କରାଯିବ ବୋଲି ଶ୍ରୀୟା କହିଛନ୍ତି।ପ୍ରାଥମିକ ସ୍ବାସ୍ଥ୍ୟ ଯାଞ୍ଚ ସମୟରେ ହ୍ୟୁମାନ ଗୁରୁତର ମଲ୍ଟି-ଅର୍ଗାନ୍ ଡିସଫଙ୍କସନ୍ ସିଣ୍ଡ୍ରୋମ୍ (MODS), କ୍ରନିକ୍ ଲିଭର ଫେଲ୍ୟୁଅର, ନିମୋନିଆ ଏବଂ ଗମ୍ଭୀର LV ସିଷ୍ଟୋଲିକ୍ ଡିସଫଙ୍କସନ୍ ସହିତ ଡାଇଲେଟେଡ୍ କାର୍ଡିଓମାୟୋପାଥିରେ ପୀଡିତ ଥିବା ଜଣାପଡିଥିଲା।

ଅପରପକ୍ଷରେ ହ୍ୟୁମାନଙ୍କ ମା ଗଣମାଧ୍ୟମ ଜରିଆରେ ଅନୁରୋଧ କରି କହିଛନ୍ତି ଯେ କଣ୍ଠଶିଳ୍ପୀ ହ୍ୟୁମାନଙ୍କୁ ସାହାଯ୍ୟ ନାଁରେ ମାତିଛନ୍ତି ବହୁତ ଠକ। ନକଲି ୟୁପିଆଇ ସ୍କାନର ବ୍ୟବହାର କରି ଦଲାଲମାନେ ମାଲାମାଲ ହେଉଛନ୍ତି । ତେଣୁ ଏଥିରେ କେହି ପଡନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି । ପୁଅକୁ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଦେଇଛନ୍ତି। ଚିକିତ୍ସା ପାଇଁ ଅର୍ଥର ସହାୟତା ଆବଶ୍ୟକତା ନାହିଁ। ତାଙ୍କ ଚିକିତ୍ସା ନାଁରେ ଟଙ୍କା ମାଗି ଲୋକଙ୍କୁ ଲୁଟୁଛନ୍ତି, ଏଥିରେ କେହି ନପଡି କେବଳ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ମା।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝି ଦୁଇ ଦିନ ପୂର୍ବରୁ ଗାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହ ଗାୟକଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ ମଧ୍ୟ କହିଥିଲେ।

 

Comments are closed.