Latest Odisha News

BREAKING NEWS

ଅନୁଭବଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ବର୍ଷାଙ୍କ ଏତଲା

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କରାଯାଉଥିବା ଖରାପ ମନ୍ତବ୍ୟକୁ ନେଇ ସ୍ୱାମୀ ଅନୁଭବ ମହାନ୍ତିଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାନୁସାରେ, ଓଲିଉଡ ତାରକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କିଛି ଫେସବୁକ ପ୍ରଶଂସକ ବର୍ଷାଙ୍କ ଚରିତ୍ରକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଫେସବୁକ ପେଜରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି।

ଏନେଇ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁଯାୟୀ ହଜାର ହଜାର ଲୋକ ଏହି ପେଜକୁ ଫଲୋ କରୁଥିବାରୁ ଏହା ମୋର ଭାବମୂର୍ତ୍ତି ଉପରେ ଖରାପ ପ୍ରଭାବ ପକାଉଛି।

Comments are closed.