Latest Odisha News

BREAKING NEWS

ଧୋକା ଦେଲା ପ୍ରେମିକା: ଅଢେଇ କୋଟିର ଘର ବିକିଦେଲା ପ୍ରେମିକ, ହୋଇଗଲା ଲୁଟେରା

ଛତିଶଗଡ଼: ଦୁର୍ଗ ଜିଲ୍ଲାର ଏହି ଖବର ସମସ୍ତଙ୍କୁ ଚକିତ କଲା ଭଳି । ଦୁର୍ଗ ପୋଲିସ ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ ଗିରଫ କରିଛି । ଅଭିଷେକ ଯୋଶୀ ନାମକ ଏହି ଲୁଟେରା ୫୦ରୁ ଅଧିକ ଲୁଟରେ ସଂପୃକ୍ତ ‌ଥିବା କହିଛି ପୋଲିସ । ରାୟପୁରର ଦେବେନ୍ଦ୍ର ନଗରରେ ରହୁଥିବା ଅଭିଷେକକୁ ପୋଲିସ ଏକ ହୋଟେଲରୁ ଗିରଫ କରିଛି । ପାଖାପାଖି ୨ ମାସ ହେବ ପୋଲିସ ତାକୁ ଖୋଜୁଥିଲା । ତା ନିକଟରୁ ଡର୍ଜନେରୁ ଅଧିକ ମୋବାଇଲ ଜବତ କରିଛି ପୋଲିସ ।

ହେଲେ କେମିତି ଲୁଟେରା ହୋଇଗଲା ଅଭିଷେକ ? ଏହା କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହଁ । ଅଭିଷେକ ପୂର୍ବରୁ ଜଣେ ଲୁଟେରା ନଥିଲା । କଲେଜରେ ପଢୁଥିବା ସମୟରେ ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଥିଲା । ଦୁଇ ଜଣ ବିବାହ କରିବାକୁ ଚାହୁଁଥିଲେ । ଏହି ସମୟରେ ଅଭିଷେକର ବାପା-ମାଆଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଗଲା । ଏହା ପରେ ପ୍ରେମିକା ବିବାହ କରିବାକୁ ମନା କରିଦେଲା । ପରିବାର ଲୋକଙ୍କ କହିବା ଅନୁସାରେ ପ୍ରେମିକା ଭୋପାଳରେ ବିବାହ କରିଥିଲା ।

ପ୍ରେମିକା ଚାଲିଯିବା ପରେ ମାନସିକ ଚାପରେ ରହିଥିଲା ଅଭିଷେକ । ଅପରାଧ ଦୁନିଆକୁ ବାଛି ନେଇଥିଲା । ଅଢେଇ କୋଟି ଟଙ୍କାର ଘରକୁ ମାତ୍ର ୧୪ ଲକ୍ଷରେ ବିକ୍ରି କରିଦେଇଥିଲା । ଅଭିଷେକର ବାପା ବ୍ୟାଙ୍କରେ ଚାକିରି କରୁଥିଲେ । ବାପା-ମାଆଙ୍କ ସେ ଗୋଟିଏ ବୋଲି ପୁଅ । ଅଭିଷେକ ବିଏସସି ପାସ୍ କରିଛି । ନିକଟରେ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଛୁରା ମାଡ କରି ଲୁଟ୍ କରିଥିଲା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରି ଗିରଫ କରିଛି ।

Leave A Reply

Your email address will not be published.