ଭୁବନେଶ୍ୱର: ଗିରଫ ହେଲେ ଅଲିମ୍ପିକ୍ ର ସ୍ଵର୍ଣ୍ଣ ପଦକ ବିଜେତା କିପ୍ରୁଟୋ । ଜଣେ ନାବାଳିକା ସହ ଯୋୖନ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ତେବେ ଗିରଫ ର କିଛି ସମୟ ପରେ କିପ୍ରୁଟୋଙ୍କୁ ଜାମିନ ମଧ୍ୟ ମିଳିଯାଇଛି । ମାତ୍ର ଏବେ ବି ମାମଲା କୋର୍ଟରେ ବିଚାରାଧୀନ ରହିଛି ।
ପ୍ରାପ୍ତ ସୂଚନାନୁସାରେ, ଯଦି କିପ୍ରୁଟୋ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କେନିଆର ଯୌନ ଅପରାଧ ଆଇନ୍ ଅନୁସାରେ ତାଙ୍କୁ ୨୦ ବର୍ଷ କାରାଦଣ୍ଡ ହୋଇପାରେ ।
କିଛିଦିନ ତଳେ କିପ୍ରୁଟୋ ଜଣେ ୧୫ବର୍ଷୀୟ ନାବାଳିକା ସହିତ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା । ପୋଲିସ ନିକଟରେ ଅଭିଯୋଗ ହେବା ପରେ ତାଙ୍କୁ କିଛି ଦିନ ତଳେ ଗିରଫ କରାଯାଇଥିଲା ।
Comments are closed.