Latest Odisha News

ରେସଲର ସାଗର ହତ୍ୟା ମାମଲା: ମୀରଟରେ ସୁଶୀଲ କୁମାର !

ମୀରଟ: ଯୁବ ରେସଲର ସାଗର ହତ୍ୟା ମାମଲାରେ ଗୁରୁବାର ପୋଲିସ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ମୀରଟ ଟୋଲ ପ୍ଲାଜା ନିକଟରେ ଦେଖିବାକୁ ପାଇଛି ବୋଲି କହିଛି । ଗୋଟିଏ ଗାଡି ଭିତରେ ସୁଶୀଲ ବସିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି ଏହାକୁ ଡ୍ରାଇଭ କରୁଛନ୍ତି । ଗାଡି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଖୋଜିବା ଆରମ୍ଭ କରିଛି ।

୪ ମଇରେ ଦୁଇ ପହିଲୱାନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ସାଗର ଗୁରୁତର ଆହତ ହେବା ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲା । ପୋଲିସ ସେବେଠାରୁ ସୁଶୀଲଙ୍କୁ ଖୋଜୁଛି । ଏପରିକି ତାଙ୍କ ବିଷୟରେ ସୂଚନା ଦେଲେ ୧ ଲକ୍ଷ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି ।

Leave A Reply

Your email address will not be published.