Latest Odisha News

BREAKING NEWS

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ରୋଗରେ ଅନ୍ତର୍ଭୁକ୍ତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସକୁ ରାଜ୍ୟ ସରକାର ମହାମାରୀ ରୋଗ ଅନ୍ତର୍ଭୁ କରିଛନ୍ତି । ୧୮୯୭ ମହାମାରୀ ଅଧିନିୟମ ଅନୁଯାୟୀ ବ୍ଲାକ୍ ଫଙ୍ଗସକୁ ମହାମାରୀ ରୋଗରେ ସାମିଲ୍ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି କରାଯାଇଛି ।

ବ୍ଲାକ୍ ଫଙ୍ଗସ ମାମଲା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ କମିଟି ମଧ୍ୟ ଗଠନ କରିଛନ୍ତି । ଏହି କମିଟି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଥିବା ବ୍ଲାକ ପଙ୍ଗସ ଆକ୍ରାନ୍ତଙ୍କ ସହ ସନ୍ଦିଗ୍ଧ ମାମଲା ଉପରେ ଧ୍ୟାନ ଦେବ ।

ଓଡ଼ିଶା ପୂର୍ବରୁ ତେଲଙ୍ଗାନା ଓ ରାଜସ୍ଥାନ ସରକାର ବ୍ଲାକ ଫଙ୍ଗସକୁ ମହାମାରୀ ରୋଗରେ ସାମିଲ କରିଛନ୍ତି । ବ୍ଲାକ ଫଙ୍ଗସକୁ ମହାମାରୀ ରୋଗରେ ସାମିଲ୍ କରିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଚିଠି ଲେଖି ଅନୁରୋଧ କରିଥିଲା ।

ଆଇସିୟୁ ଓ ଭେଣ୍ଟିଲେଟରରେ ଚିକିତ୍ସିତ ରୋଗୀଙ୍କୁ ଷ୍ଟେରଏଡ୍ ଦିଆଯାଇଥାଏ । ଷ୍ଟେରଏଡର ଅପବ୍ୟବାର ଯୋଗୁଁ ବ୍ଲାକ ଫଙ୍ଗସ୍ ରୋଗ ହେଉଥିବା ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ମଧ୍ୟ କହିଛନ୍ତି । ଫଳରେ ବ୍ଲାକ ଫଙ୍ଗସରେ ଏକାଧିକ ରୋଗୀଙ୍କ ମୃତ୍ୟୁ ହେଉଛି ।

Leave A Reply

Your email address will not be published.