ଟୋକିଓ: ଦୁର୍ଭାଗ୍ୟ ଯୋଗୁ ଜର୍ମାନୀର ଅନ୍ନିକା ସ୍କେଲୁ ଟୋକିଓ ଅଲିମ୍ପିକ୍ସରେ ଏକ ନିଶ୍ଚିତ ପଦକ ପାଇବାରୁ ବଂଚିତ ହୋଇଛନ୍ତି । ପେଂଟାଥାଲେଟ ପ୍ରତିଯୋଗିତାରେ ଅନ୍ନିକା ପ୍ରଥମ ସ୍ଥାନ ବଜାୟ ରଖିଥିଲେ । ତେବେ ଠିକ୍ ସମୟରେ ତାଙ୍କ ପ୍ରିୟ ଘୋଡା ଜମ୍ପ କରି ନ ଥିଲା । ଫଳରେ ୧ରୁ ୩୧କୁ ଖସି ଆସିଥିଲେ ଏହି ପ୍ରତିଯୋଗୀ ।
ଘୋଡା ଉପରେ ବସି କାନ୍ଦିବା ଛଡା ଅନ୍ନିକାଙ୍କ ପାଖରେ ଆଉ କିଛି ବିକଳ୍ପ ନ ଥିଲା । ଯେଉଁ ଘୋଡା ସହିତ ସେ ଦୀର୍ଘ ଦିନ ଧରି ଅଭ୍ୟାସ କରି ଆସୁଥିଲେ ସେ କାହିଁକି ଜମ୍ପ କଲାନି ତାହା ଅନ୍ନିକାଙ୍କ ସମେତ ଅନ୍ୟମାନେ ବୁଝି ପାରୁ ନାହାନ୍ତି ।
Comments are closed.