Latest Odisha News

BREAKING NEWS

ମୁକୁଲ ରାୟଙ୍କ କଭି ହାଁ କଭି ନାଁ ମନ୍ତବ୍ୟ !

କୋଲକାତା: ବିଜେପି ଛାଡି ଟିଏମସିରେ ସାମିଲ ହୋଇଥିବା ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରାୟଙ୍କ ଏକ ମନ୍ତବ୍ୟ ଏବେ ରାଜନୀତି ମହଲରେ ଚର୍ଚ୍ଚାର କାରଣ ସାଜିଛି । ମୁକୁଲ ବିଜେପି ଛାଡିଥିଲେ ମଧ୍ୟ କ୍ରିଷ୍ଣନଗର ବିଧାନସଭା ଆସନରୁ ଇସ୍ତଫା ଦେଇ ନାହାନ୍ତି । ଖାଲି ପଡିଥିବା ୭ଟି ଆସନ ପାଇଁ ଉପ ନିର୍ବାଚନରେ କିଏ ଜିତିବ ପ୍ରଶ୍ନର ଉତରରେ ମୁକୁଲ ଆଶ୍ଚର୍ଯ୍ୟଜନକ ଉତର ଦେଇଥିଲେ । ସେ କହିଥିଲେ ବିଜେପି ଏହି ଆସନଗୁଡିକ ନିଶ୍ଚିତ ଭାବେ ଜିତିବ । ଏହା ବ୍ୟତୀତ ତ୍ରିପୁରାରେ ମଧ୍ୟ ସଫଳତା ହାସଲ କରିବେ ବୋଲି କହିଥିଲେ । ରିପୋର୍ଟରମାନେ ତାଙ୍କ ଉତରରେ ଆଶ୍ଚର୍ଯ୍ୟ ହୋଇଥିଲେ । ନିଜ ଭୁଲ ବୁଝିପାରିବା ପରେ ସଙ୍ଗେ ସଙ୍ଗେ ଟିଏମସି ଏହି ଆସନଗୁଡିକ ଜିତିବ ବୋଲି କହିଥିଲେ ।

ବିଜେପି ମୁକୁଲଙ୍କ ପାଟିରୁ ସତ କଥା ବାହାରି ଯାଇଛି ବୋଲି କହିଛି । ସୂଚନାଯୋଗ୍ୟ ୨୦୧୮ରେ ମୁକୁଲ ଟିଏମସି ଛାଡି ବିଜେପିରେ ମିଶିଥିଲେ । ଏବେ ବିଧାନସଭା ନିର୍ବାଚନ ପରେ ପୁନର୍ବାର ଟିଏମସିକୁ ଫେରି ଯାଇଛନ୍ତି ।

Leave A Reply

Your email address will not be published.