Latest Odisha News

BREAKING NEWS

ଦୂରଦର୍ଶନ, ଆକାଶବାଣୀରେ ପ୍ରସାରିତ ହେବ ଅଲିମ୍ପିକ୍ସ

ନୂଆଦିଲ୍ଲୀ: ଜୁଲାଇ ୨୩ରୁ ଟୋକିଓରେ ଆରମ୍ଭ ହୋଇଯିବ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ । ଡିଡି ସ୍ପୋର୍ଟ୍ସ ଏବଂ ଆକାଶବାଣୀରେ ଏହାର ସିଧା ପ୍ରସାରଣ ହେବ ବୋଲି ସୂଚନା ଦେଇଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ । ପ୍ରସାର ଭାରତୀ ଦୂରଦର୍ଶନ, ଆକାଶବାଣୀ ଏବଂ ଡିଡି ସ୍ପୋର୍ଟ୍ସରେ ଏହାର ପ୍ରସାରିତ ହେବ । ଡିଡି ସ୍ପୋର୍ଟ୍ସରେ ସକାଳ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରସାରଣ କରାଯିବ । ଏଥିନେଇ ପୂର୍ବରୁ ସୂଚନା ପ୍ରଦାନ କରାଯିବ ।

ଏହା ବ୍ୟତୀତ ଏଆଇଆର ଓ ଡିଡି ସ୍ପୋର୍ଟ୍ସ ଟ୍ୱିଟରରେ ମଧ୍ୟ ଏହାର ଖବର ଉପଲବ୍ଧ ହେବ । ଟୋକିଓ ଅଲିମ୍ପିକ୍ସରେ ଭାରତର ୧୨୨ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୮୮ଜଣ ଅଲିମ୍ପିକ୍ସ ଭିଲେଜରେ ପଂହଚି ସାରିଛନ୍ତି ।

Leave A Reply

Your email address will not be published.