Latest Odisha News

BREAKING NEWS

୨୬ରୁ ରାଜ୍ୟରେ ଖୋଲିବ ସ୍କୁଲ ସହ ହଷ୍ଟେଲ, ଜାରି ହେଲା ଏସଓପି

ଭୁବନେଶ୍ବର : ଆସନ୍ତା ୨୬ ତାରିଖରୁ ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ହଷ୍ଟେଲ । ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ବିଭାଗ, ସଂଖ୍ୟାଲଘୁ ବିଭାଗ ଦ୍ବାରା ପରିଚାଳିତ ସମସ୍ତ ହଷ୍ଟେଲ ଖୋଲାଯିବ । ଏଥିପାଇଁ ଏସଓପି ଜାରି ହୋଇଥିବା ବେଳେ, ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜରିଆରେ ସୂଚନା ଦିଆଯାଇଛି ।

ସେହିପରି ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ । ଏ ନେଇ ଗତ ୧୭ ତାରିଖରେ ଘୋଷଣା କରିଥିଲେ ରାଜ୍ୟ ସରକାର । କଟକଣା ଆଉ ସୁରକ୍ଷା ବଳୟ ଭିତରେ ସ୍କୁଲ ଖୋଲିବ । ସାମାଜିକ ଦୂରତା ରଖି କ୍ଲାସରେ ୨୦ ରୁ ୨୫ ପିଲା ବସିବେ । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସ୍କୁଲକୁ ନିୟମିତ ଭାବେ ସାନିଟାଇଜ୍ କରାଯିବ । ସ୍କୁଲରେ ଆଇସୋଲେସନ ରୁମ୍ ବି ରହିବ । ତେବେ ସ୍କୁଲ ଖୋଲିବା ସମୟରେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.