ଟୋକିଓ: କରୋନା ମହାମାରୀକୁ ଚ୍ୟାଲେଞ୍ଜ ଦେଇ ଆରମ୍ଭ ହୋଇଯାଇଛି ଟୋକିଓ ଅଲିମ୍ପିକ୍ସ । ଉଦଘାଟନୀ ଉତ୍ସବ ଦର୍ଶକଙ୍କ ବିନା ଫିକା ଲାଗୁଥିଲେ ମଧ୍ୟ ବିପତି ବେଳେ ଏହା ନିଶ୍ଚିତ ଭାବେ ସମସ୍ତଙ୍କ ମନୋବଳ ବଢ଼ାଇବ । ଭାରତର ୨୦ଜଣ ଆଥଲେଟ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ମହାନ ମହିଳା ବକ୍ସିର ମେରୀ କମ୍ ଭାରତର ଧ୍ୱଜାବାହକ ହୋଇଥିଲେ । ପରମ୍ପରା ଅନୁସାରେ ଗ୍ରୀସ ଦଳ ପ୍ରଥମେ ଶୋଭାଯାତ୍ରାରେ ବାହାରିଥିଲେ । ଏହା ପରେ ପଛକୁ ପଛ ଅନ୍ୟ ଦେଶର ଶୋଭାଯାତ୍ରା ଆସିଥିଲା ।
\ଏଥର ୨୦୦ରୁ ଅଧିକ ଦେଶର ୧୧୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହାକୁମ୍ଭରେ ୩୩ କ୍ରୀଡାର ୩୩୯ ଇଭେଂଟରେ ମୁକାବିଲା ହେବ । ଭାରତ ପକ୍ଷରୁ ଏଥର ୧୨୭ଜଣ ଖେଳାଳି ଟୋକିଓ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ୫ଜଣ ଓଡିଆ ଅଛନ୍ତି । କରୋନା ମହାମାରୀରୁ ଖେଳାଳିମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।
BREAKING NEWS
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
- ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
- Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…
- ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ
Comments are closed.