Latest Odisha News

ଗୃହରେ ବର୍ଷିଲେ ଓମ୍ ବିର୍ଲା; କହିଲେ, ଆପଣ ମହାଭାରତ କାହାଣୀ କୁହନ୍ତୁ ନାହିଁ, ପ୍ରଶ୍ନ ପଚାରନ୍ତୁ

ନୂଆଦିଲ୍ଲୀ: ଲୋକସଭା ଚାଲିଥିବାବେଳେ ଗୃହରେ ପ୍ରଶ୍ନକାଳ ସମୟରେ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର କାହାର ନାଁ ନ ନେଇ ହାସ୍ୟାସ୍ପଦ ଭାବରେ କହିଛନ୍ତି ଯେ, କିଛି ଦିନ ହେବ ଗୃହରେ ମହାଭାରତ କାହାଣୀ ବର୍ଣ୍ଣନା କରିବାର ବହୁତ ଶୁଣିବାକୁ ମିଳୁଛି ।

ଖବର ମୁତାବକ, ଗୃହ ଚାଲିଥିବାବେଳେ ଆଜି ସାଂସଦ ପ୍ରଦୀପ ପୁରୋହିତ ଆୟୁଷ ମନ୍ତ୍ରଣାଳୟ ସହ ଜଡିତ ଏକ ପ୍ରଶ୍ନ ପଚାରିଥିବା ବେଳେ ରାମାୟଣର ଏକ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ । ଏହା ଉପରେ ଓମ୍ ବିର୍ଲା କହିଛନ୍ତି, ”ଆପଣ ମହାଭାରତ କୁ ବର୍ଣ୍ଣନା କରନ୍ତୁ ନାହିଁ, ପ୍ରଶ୍ନ ପଚାରନ୍ତୁ । ଆଜିକାଲି ଏଠାରେ ମହାଭାରତ କାହାଣୀ ଅଧିକ ଲୋକପ୍ରିୟ ହୋଇଛି”। କିନ୍ତୁ ଲୋକସଭାର ବାଚସ୍ପତି କାହାର ନାମ ନେଇ ନଥିଲେ ।

ଗତ ସୋମବାର ଦିନ କିନ୍ତୁ ଗୃହରେ ବଜେଟ୍ ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଚକ୍ରଭ୍ୟୁରେ ଅଭିମନ୍ୟୁଙ୍କୁ ଫଶାଇବା କଥା ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ।

ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଅଭିମନ୍ୟୁଙ୍କ ପରି ଚକ୍ରଭ୍ୟୁରେ ଫାଶରେ ପକାଇଥିବା ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ ବିରୋଧୀ ଦଳ ‘ଇଣ୍ଡିଆ’ ମେଣ୍ଟ ଏହି ଚକ୍ରଭ୍ୟୁକୁ ଭାଙ୍ଗିବ ।

ସୂଚନାଯୋଗ୍ୟ, ନିକଟରେ ଲୋକସଭାରେ ଯେତେବେଳେ ରାହୁଲ ଗାନ୍ଧୀ ଅଭିମନ୍ୟୁ ଏବଂ ଚକ୍ରଭ୍ୟୁ କାହାଣୀ ଉଲ୍ଲେଖ କରିଥିଲେ, ସେତେବେଳେ ଜାତି କୁ ନେଇ ଗୃହରେ ହଙ୍ଗାମା ଦେଖାଦେଇଥିଲା ।

 

Comments are closed.