Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ ସେ ୮ ଦିନରେ ଶ୍ରୀନଗରରୁ କାଶ୍ମୀର ସାଇକେଲ ଚଲାଇ ରେକର୍ଡ କଲେ

ନାସିକ: ନାସିକର ୧୮ ବର୍ଷୀୟ ଓମ ମହାଜନ ୮ ଦିନ ୭ଘଂଟା ଓ ୩୮ ମିନିଟରେ ଶ୍ରୀନଗରରୁ କାଶ୍ମୀର ସାଇକେଲ ଚଲାଇ ରେକର୍ଡ କରିଛନ୍ତି । ୧୮ ବର୍ଷ ଓମ୍ ୩୬୦୦ କିଲୋମିଟର ଦୂରତା ସହଜରେ ଅତିକ୍ରମ କରିଥିଲେ । ଆଡଭେନଚର ସାଇକ୍ଲିଂ ଓ ଆମେରିକା ରେସ୍‌ରେ ଭାଗ ନେବା ତାଙ୍କର ସ୍ୱପ୍ନ ବୋଲି ଏହି ଯୁବକ ଜଣକ କହିଛନ୍ତି । ଆରଏମଏମର ଯୋଗ୍ୟତା ଅର୍ଜନ ନଭେମ୍ବରରେ ହେବ । ସେଥିନେଇ ଓମ୍ ଜୋରସୋରରେ ଅଭ୍ୟାସ ଜାରି ରଖିଛନ୍ତି ।

ଶ୍ରୀନଗରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠାରୁ ଦ୍ରୁତ ବେଗରେ ସାଇକେଲ ଚଳାଇବା ରେକର୍ଡ ତାଙ୍କ ମାମୁଁ ମହେନ୍ଦ୍ର ମହାଜନଙ୍କ ନାମରେ ଥିଲା । ଏବେ ନିକଟରେ ଭାରତୀୟ ସେନାର କର୍ଣ୍ଣଲ ଭରତ ପନ୍ନୁ ୮ ଦିନ ୯ ଘଂଟାରେ ରେସ୍ ସମ୍ପୂର୍ଣ୍ଣ କରି ମହେନ୍ଦ୍ରଙ୍କ ରେକର୍ଡ ଭାଙ୍ଗିଥିଲେ ।

Leave A Reply

Your email address will not be published.