Latest Odisha News

BREAKING NEWS

ତାମିଲନାଡୁରେ ଜାରି ରହିବ AIADMK-BJP ମେଣ୍ଟ । ଅମିତ ଶାହଙ୍କ ଉପସ୍ଥିତିରେ ଘୋଷଣା କଲେ ପନିରସେଲଭମ୍

ବିହାର ପରେ ଏବେ ବିଜେପିର ମିଶନ ତାମିଲନାଡୁ । ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକାଠି ଲଢିବ AIADMK-BJP ମେଣ୍ଟ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନିରସେଲଭମ୍ । ତାମିଲନାଡୁ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ କରିବ ବୋଲି ପନିରସେଲଭମ୍ କହିଛନ୍ତି । ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ଅମିତ ଶାହ । କିଛି ମାସ ପରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାର ଅଛି । ଗୃହମନ୍ତ୍ରୀ ଅମିତ ଶାହ ମିଶନ ତାମିଲନାଡୁରେ ଚେନ୍ନାଇ ଗସ୍ତରେ ଅଛନ୍ତି ।

୨୦୧୬ ବିଧାନସଭା ନିର୍ବାଚନରେ ୨୩୨ ଆସନରୁ ଡିଏମକେକୁ ୮୯ ଆସନ, ଏଆଇଏଡିଏମକେକୁ ୧୩୪ ସିଟ୍ ମିଳିଥିଲା । ବିଜେପିକୁ ଗୋଟିଏ ବି ଆସନ ମିଳିନଥିଲା । ୨୦୧୬ ନିର୍ବାଚନରେ ବିଜେପିକୁ ମାତ୍ର ୨.୮୬ ପ୍ରତିଶତ ଭୋଟ ମିଳିଥିଲା । ଏହା ପରେ ବି ବିଜେପି ବିଧାନସଭା ନିର୍ବାଚନକୁ ନେଇ ମାହୋଲ ପ୍ରସ୍ତୁତ କରୁଛି । ରାଜ୍ୟରେ ଶାସକ ଏଆଇଏଡିଏମକେ ସହ ବିଜେପିର ମେଣ୍ଟ ରହିଛି । ହେଲେ ଦୁଇ ଦଳ ମଧ୍ୟରେ ସଂପର୍କ ସେତେଟା ଭଲ ଥିବା ଦେଖିବାକୁ ମିଳିନଥିଲା । ନିକଟରେ ବଳଦ ଯାତ୍ରାକୁ ନେଇ ଦୁଇ ଦଳ ମଧ୍ୟରେ ମତାନ୍ତର ଦେଖାଦେଇଥିଲା ।

Leave A Reply

Your email address will not be published.