Latest Odisha News

BREAKING NEWS

ପାକିସ୍ତାନର ଆକ୍ରମଣରେ ଅତିରିକ୍ତ ଡିସି ରାଜ କୁମାର ଥାପା ସହିଦ, ଓମାର ଅବଦୁଲ୍ଲାଙ୍କ ଶୋକ ପ୍ରକାଶ

ରାଜୌରୀ: ଜମ୍ମୁ କାଶ୍ମୀରର ରାଜୌରୀରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର (ଏଡିସି) ରାଜ କୁମାର ଥାପା ପାକିସ୍ତାନ ଗୁଳିମାଡ଼ରେ ସହିଦ ହୋଇଛନ୍ତି। ପାକିସ୍ତାନୀ ସେନା ସିଧାସଳଖ ରାଜୌରୀ ସହରକୁ ଟାର୍ଗେଟ କରିଥିଲା ବେଳେ ଏହି ଅଘଟଣ ଘଟିଥିଲା।

ଏହି ଘଟଣାରେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ” ଆମେ ଜମ୍ମୁ ଏବଂ କାଶ୍ମୀର ପ୍ରଶାସନିକ ସେବାର ଜଣେ ଉତ୍ସର୍ଗୀକୃତ ଅଧିକାରୀଙ୍କୁ ହରାଇଛୁ। ଗତକାଲି ସେ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲା ଗସ୍ତ କରୁଥିଲେ ଏବଂ ମୋ ଅଧ୍ୟକ୍ଷତାରେ ଏକ ଅନଲାଇନ୍ ବୈଠକରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଆଜି ତାଙ୍କ ଘର ଉପରେ ପାକିସ୍ତାନ ଗୁଳିବର୍ଷା କରିଥିଲା ଯେଉଁଥିରେ ସେ ପ୍ରାଣ ହରାଇଥିଲେ। ଏହି ଦୁଃଖ ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ। ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ।”

ତେବେ ପାକିସ୍ତାନର ନିରନ୍ତର ଡ୍ରୋନ୍ ଆକ୍ରମଣ ଏବଂ କ୍ଷେପଣାସ୍ତ୍ର ଆଟାକର ଜବାବ ଭାରତୀୟ ସେନା ମଧ୍ୟ ସକ୍ରିୟ ଭାବରେ ଦେଉଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସୀମାରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି।

 

Comments are closed.