Latest Odisha News

‘ନିଜ ନିଜ ଭିତରେ ଆହୁରି ଲଢ’: ଦିଲ୍ଲୀ ଫଳାଫଳକୁ ନେଇ ଆପ୍-କଂଗ୍ରସକୁ ଏପରି କହିଲେ ଓମାର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ, ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରୁଥିବା ଦେଖାଯାଉଛି। କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗୁଆ ଥିବା ପରି ମନେ ହେଉଛି। ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ବିଜେପି ୩୨ ଟି ଆସନରେ ଆଗୁଆ ଅଛି ଯେତେବେଳେ କି ଆପ୍ କେବଳ ୧୪ ଟି ଆସନରେ ଆଗୁଆ କରିପାରିଛି। ଭୋଟ ଗଣତି ମଧ୍ୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଉମାର ଅବଦୁଲ୍ଲା ଟ୍ୱିଟ୍ ମାଧ୍ୟମରେ କଂଗ୍ରେସ ଓ ଆପକୁ ଟାର୍ଗେଟ କରିଛନ୍ତି ।

ର୍ବାଚନରେ ​​ଆମ ଆଦମୀ ପାର୍ଟି ସରକାରଙ୍କ ଖରାପ ପ୍ରଦର୍ଶନକୁ ନେଇ ବିରୋଧୀ ଗୋଷ୍ଠୀମାନଙ୍କ ମଧ୍ୟରେ ମନ୍ଥରଗତି ତୀବ୍ର ହୋଇଛି। ଇଣ୍ଡିଆ ଆଲାଏନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ନ୍ୟାସନାଲ କନଫରେନ୍ସ ଏବଂ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ଫଳାଫଳ ଉପରେ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଛନ୍ତି। ଏକ୍ସରେ ଏକ ଜିଆଇଏଫ୍ (gif) ସେୟାର କରି କହିଛନ୍ତି, “ନିଜ ମଧ୍ୟରେ ଆହୁରୀ ଲଢ଼”। ଯାହାକି ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ମହାଭାରତ’ ଧାରାବାହିକର ଏକ ଦୃଶ୍ୟ ସେୟାର କରି ଓମାର ଅବଦୁଲ୍ଲା ଲେଖିଛନ୍ତି, ‘ନିଜ ନିଜ ମଧ୍ୟରେ ଆହୁରି ଲଢ଼!’… ତାଙ୍କର ସ୍ପଷ୍ଟ ଇଙ୍ଗିତ ଥିଲା ଆପ୍ ଓ କଂଗ୍ରେସର ଫଳାଫଳକୁ ନେଇ। ଅନ୍ୟପଟେ ଆମ ଆଦମୀ ପାର୍ଟି ମଧ୍ୟ ରାଜଧାନୀରେ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ପାଇଁ ନିଜର ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛି। କିନ୍ତୁ ପ୍ରାରମ୍ଭିକ ଧାରା ଆପ ସପକ୍ଷରେ ଥିବା ପରି ମନେ ହେଉନାହିଁ। ଦିନ ୧୨ଟା ସୁଦ୍ଧା ଚିତ୍ର ପ୍ରାୟ ସ୍ପଷ୍ଟ ହୋଇଯିବ। ଯଦି ଭାଜପା ଦିଲ୍ଲୀରେ ସରକାର ଗଠନ କରେ, ତେବେ ଦଳ ଦୁଇ ଦଶନ୍ଧି ପରେ ରାଜଧାନୀରେ କ୍ଷମତାକୁ ଫେରିବ।

Comments are closed.