Latest Odisha News

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା

ଶ୍ରୀନଗର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା। ଜମ୍ମୁ କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ତାରିଖ ଘୋଷଣା କରିଛନ୍ତି ଉପ ରାଜ୍ୟପାଳ ମନୋଜ ସିହ୍ନା। ଆସନ୍ତାକାଲି ଜମ୍ମୁ କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ଶପଥ ଗ୍ରହଣ କରିବେ। ସକାଳ ୧୧.୩୦ ସମୟରେ ଏହି ଶପଥ ପାଠ କରାଯିବ। ଏନେଇ ଉପ ରାଜ୍ୟପାଳଙ୍କ ତରଫରୁ ଓମାରଙ୍କ ନିକଟକୁ ଏକ ଚିଠି ଜାରି କରାଯାଇଛି।

ସରକାର ଗଠନ ଲାଗି ଉପ ରାଜ୍ୟପାଳ ମନୋଜ ସିହ୍ନା ଡାକିଥିବା ନେଇ ସୂଚନା ଦେଇଛନ୍ତି ନ୍ଯାସନାଲ କନଫରେନ୍ସ ନେତା ଉମାର ଅବଦୁଲ୍ଲା। ରାଜ୍ୟପାଳଙ୍କ ପକ୍ଷରୁ ଆସିଥିବା ଚିଠି ସୋସିଆଲ ମିଡିଆରେ ସେୟାର କିଛନ୍ତକି ଓମାର ଅବଦୁଲ୍ଲା। ନ୍ୟାସନାଲ କନଫରେନ୍ସ (ଏନସି), କଂଗ୍ରେସ ଓ ସ୍ୱାଧିନ ବିଧାୟକଙ୍କ ସମର୍ଥନରେ ଜମ୍ମୁ କଶ୍ମୀରରେ ମେଣ୍ଟ ସରକାର ଗଠନ ହେବ। ପୂର୍ବରୁ ଶପଥ ଗ୍ରହଣ ତାରିଖକୁ ନେଇ ବହୁ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଉପ ରାଜ୍ୟପାଳଙ୍କ ଘୋଷଣା ପରେ ତାହା ସ୍ପଷ୍ଟ ହୋଇଯାଇଛି ।

ଏହା ପୂର୍ବରୁ ଜମ୍ମୁ କାଶ୍ମୀରରେ ଲାଗିଥିବା ରାଜ୍ୟପାଳ ଶାସନକୁ ପ୍ରତ୍ୟାହାର କରିଛନ୍ତି ସରକାର। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ରବିବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗତ ୨୦୧୯ ଅକ୍ଟୋବର ୩୧ ତାରିଖରେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଲାଗୁ କରାଯାଇଥିଲା । ଧାରା ୩୭୦ ହଟିବା ପରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା। ମୋଟ ୯୦ ଆସନରୁ ଏନସି-କଂଗ୍ରେସ ମେଣ୍ଟ ୪୮ ଆସନ ଜିତିଥିବାବେଳେ ମୋଟ ୫୫ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ ଓମାର ଅବଦୁଲ୍ଲା।

Leave A Reply

Your email address will not be published.