Latest Odisha News

BREAKING NEWS

କମର୍ସିଆଲ ଗ୍ୟାସ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ କଣ କହିଲା କଂଗ୍ରେସ

ନୂଆଦିଲ୍ଲୀ: ଆଜି ନୂଆବର୍ଷର ପ୍ରଥମ ଦିନ। ୧ ଜାନୁଆରୀ ୨୦୨୩ରେ କେନ୍ଦ୍ର ସରକାରଙ୍କୁ ମଜାଦାର ଶୁଭେଚ୍ଛା ଦେଇଛି କଂଗ୍ରେସ। ନୂଆବର୍ଷର ପ୍ରଥମ ଗିଫ୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଚର୍ଚ୍ଚା କରିଛି କଂଗ୍ରେସ। ଆଜିଠୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି।  କଂଗ୍ରେସ କହିଲା ନୂଆବର୍ଷର ପ୍ରଥମ ଗିଫ୍ଟ। ଏବେ ତ ଆରମ୍ଭ ମାତ୍ର । ଏପରି କହି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ ।

କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୫ଟଙ୍କା ଦରବୃଦ୍ଧି ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ଏବେ ୧୯ କେଜି ବିଶିଷ୍ଟ ସିଲିଣ୍ଡର ୧୭୬୯ ଟଙ୍କା ହୋଇଛି। ମୁମ୍ୱାଇରେ ୧୭୨୧ ଟଙ୍କା, କୋଲକାତାରେ ୧୮୭୦ ଟଙ୍କା ଓ ଚେନ୍ନାଇରେ ୧୯୭୧ ଟଙ୍କାକୁ ମୂଲ୍ୟବୃଦ୍ଧି ହୋଇଛି। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି। ୬ ଜୁଲାଇ ୨୦୨୨ରେ ତୈଳ କମ୍ପାନୀଗୁଡିକ ଘରୋଇ ସିଲିଣ୍ଡର ମୂଲ୍ୟ ୫୦ଟଙ୍କା ବଢାଇଥିଲେ। ତାପୂର୍ବରୁ ମାର୍ଚ୍ଚ ୨୦୨୨ରେ ୫୦ଟଙ୍କା ଓ ମେ ୨୦୨୨ରେ ୩ଟ ୫୦ ପଇସା ବୃଦ୍ଧି କରିଥିଲେ।

ତୈଳ ମାର୍କେଟିଂ କମ୍ପାନୀ ଗୁଡିକ ମଲ୍ୟବୃଦ୍ଧି ନେଇ ଘୋଷଣା କରିଥିଲେ। କମର୍ସିଆଲ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଫଳରେ ରେସ୍ତୋରାଁ, ହୋଟେଲ ମାଲିକଙ୍କୁ ଅଧିକ ମୂଲ୍ୟ ଗଣିବାକୁ ପଡିବ।

Leave A Reply

Your email address will not be published.