Latest Odisha News

BREAKING NEWS

ନୂଆବର୍ଷରେ ଆତ୍ମହତ୍ୟା କଲା ସୁନା ଝିଅ

ପୁରୀ: ନୂଆବର୍ଷରେ ଚରମ ପଦକ୍ଷେପ । ଜୀବନ ହାରିଦେଲେ ଛାତ୍ରୀ । ନୂଆବର୍ଷ ଆରମ୍ଭର ପ୍ରଥମ ଦିନରେ ଚରମ ପଦକ୍ଷେପ ନେଇଛନ୍ତି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରୀ । ରହୁଥିବା ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଛନ୍ତି ବେଦାନ୍ତ ବିଭାଗର ଛାତ୍ରୀ ପ୍ରଜ୍ଞା ପାରମିତା ପରିଡ଼ା ।

ସବୁଦିନ ଭଳି ପ୍ରଜ୍ଞା ଗତକାଲି ଖାଇ ପିଇ ହଷ୍ଟେଲ ରୁମକୁ ଶୋଇବାକୁ ଯାଇଥିଲା । ନୂଆବର୍ଷ ସକାଳ ଉଇଁବା ସହ ସେ ବି ଦେଖିଥିଲା ଜୀବନର ନୂଆ ଆଶା । ହେଲେ ରାତିକ ଭିତରେ ସବୁକିଛି ଓଲଟ ପାଲଟ ହୋଇଗଲା । ଆଉ ସକାଳର ସୂର୍ଯ୍ୟ ଉଇଁବା ସହ ମରଣ ଭଳି ଚରମ ନିଷ୍ପତ୍ତି ନେଇଗଲା ପ୍ରଜ୍ଞା ।

ତେବେ କାହିଁକି ଆତ୍ମହତ୍ୟା କଲା ବେଦାନ୍ତ ବିଭାଗ ପ୍ରଥମ ବର୍ଷ ଛାତ୍ରୀ ପ୍ରଜ୍ଞା ପାରମିତା ? ସେନେଇ କେହି କିଛି କହିପାରୁ ନାହାନ୍ତି । ସହପାଠୀ ବି ପ୍ରଜ୍ଞାଙ୍କ ଆତ୍ମହତ୍ୟାକୁ ଗ୍ରହଣ କରି ପାରି ନାହାନ୍ତି । ମୃତ ଛାତ୍ରୀଙ୍କ ଘର ବାଙ୍କିରେ । ଘଟଣାସ୍ଥଳରେ ପୁରୀ ସି ବିଚ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ନୂଆ ବର୍ଷରେ କାହିଁକି ଚରମ ନିଷ୍ପତ୍ତି ନେଲେ ପ୍ରଜ୍ଞା ? ମାନସିକ ଚାପରେ ଥିଲେ କି ? ଯଦି ହଁ, ତେବେ ପ୍ରଜ୍ଞା ମାନସିକ ଚାପରେ ରହିବାର କାରଣ କଣ ? ସବୁ ଦିଗକୁ ନଜରରେ ରଖି ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.