Latest Odisha News

BREAKING NEWS

OMFED Dairy Products: ଶସ୍ତା ହେଲା ଓମଫେଡ୍ ଉତ୍ପାଦ, ଜାଣନ୍ତୁ କ୍ଷୀର ଓ ପନିରର ନୂଆ ରେଟ୍

ଭୁବନେଶ୍ୱର: ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଆଜିଠାରୁ ଆରମ୍ଭ ହେଲା ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’। ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ହେବା ସହ ଶସ୍ତା ହୋଇଛି। ଫଳରେ ଆଶ୍ବସ୍ତ ହୋଇଛନ୍ତି ମଧ୍ୟବିତ୍ତଙ୍କଠୁ ଆରମ୍ଭ କରି ଚାଷୀ। ନୂଆ ଜିଏସଟି ଲାଗୁ ପରେ ଶସ୍ତା ହେଲା ଓମଫେଡ୍ ଉତ୍ପାଦ। କମିଲା କ୍ଷୀର, ପନିର, ଫ୍ଲେଭର୍ ମିଲ୍କ, ବଟର୍ ଓ ଘିଅ ଦାମ୍।

ଓମଫେଡର ୫୦୦ ଏମଏଲ୍ ଟେଟ୍ରାପ୍ୟାକର ୟୁଏଚଟି ଦୁଗ୍ଧ ଦାମ୍ ୨ ଟଙ୍କା କମ୍ ହୋଇ ୩୭ ଟଙ୍କାକୁ ଖସିଆସିଛି। ଏକ ଲିଟର ପ୍ୟାକ୍ ଦାମ୍ ୩ ଟଙ୍କା ହ୍ରାସ ପାଇ ୬୭ ଟଙ୍କା ହୋଇଛି। ସେହିଭଳି ପନିର ୨୦୦ ଗ୍ରାମ ପାଉଚ୍ ଦାମ୍ ୫ ଟଙ୍କା ହ୍ରାସ ପାଇଁ ୭୫ ଟଙ୍କାକୁ ଖସିଥିବା ବେଳେ ୫୦୦ ଗ୍ରାମର ଦାମ୍ ୧୦ ଟଙ୍କା ହ୍ରାସ ୧୮୦ ଟଙ୍କା ହୋଇଛି।

ଓମ୍ ଫେଡର ଫ୍ଲେଭର୍ ମିଲ୍କର ୧୮୦ ଏମଏଲ୍ ବୋତଲ ଦାମ୍ ୨ ଟଙ୍କା ଲେଖାଏଁ ହ୍ରାସ ପାଇ ୨୩ ଟଙ୍କା ହୋଇଛି। ଟେବୁଲ୍ ବଟରର ୧୦୦ ଗ୍ରାମ ଦାମ୍ ୩ ଟଙ୍କା ହ୍ରାସ ପାଇ ୫୭ ଟଙ୍କା ଓ ୫୦୦ ଗ୍ରାମ ପ୍ୟାକ୍ ଦାମ୍ ୧୮ ଟଙ୍କା ହ୍ରାସ ପାଇ ୨୭୨ ଟଙ୍କା ହୋଇଛି। ୨୦୦ ଏମ୍ଏଲ୍ , ୫୦୦ ଏମ୍ଏଲ୍ ଓ ୧ ଲିଟର ଟିଣ ଘିଅ ଦାମ୍ ଯଥାକ୍ରମେ ୧୦ ଟଙ୍କା, ୨୫ ଟଙ୍କା ଓ ୪୫ ଟଙ୍କା କମ୍ ହୋଇଛି । ୫ ଲିଟର ପଲିଜାର୍ ଘିଅ ଦାମ୍ ୨୨୦ ଟଙ୍କା କମ୍ ହୋଇ ୩୨୮୦ ଟଙ୍କା ହୋଇଛି।

Comments are closed.