ଭୁବନେଶ୍ବର: ଓମଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା । ଫଳରେ ଲିଟର ପିଛା କ୍ଷୀର ଦାମ୍ ୫୨ ଟଙ୍କାରୁ ବଢି ୫୪ ଟଙ୍କା ହେଲା । ଏଥିସହ ଆଜିଠାରୁ ସରକାର ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦିଆଯିବ । ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୫୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ । ଖାଉଟି ମାନଙ୍କ ପାଇଁ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ୨ ଟଙ୍କା ବହନ କରିବେ ରାଜ୍ୟ ସରକାର ।
ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରଛନ୍ତି । ଏହି ଅବସରରେ ଓମଫେଡ୍ ବାଲ୍ଟି ଦହି, ଏ-2 ମିଲ୍କ, ଏ-2 ଘିଅର ଶୁଭ ଉଦ୍ଘାଟନ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ହୋଇଛି ।
ଏହାଛଡ଼ା ଚାଷୀଙ୍କ ଅକାଳ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କାର ଜୀବନବୀମା ମିଳିବ ବୋଲି କୁହାଯାଇଛି।
ସରକାର ୧ ହଜାର ୪୨୩ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ପ୍ରଚଳନ କରିଛନ୍ତି କାମଧେନୁ ଯୋଜନା । ୧୪ ଲକ୍ଷ ଗୋପାଳକଙ୍କୁ ଅଧିକ କିଭଳି ଦୁଗ୍ଧ ଉତ୍ପାଦନ ହୋଇପାରିବ ସେଥିପାଇଁ ଆମେ ସ୍ଵତନ୍ତ୍ର ଭାବେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।
ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଖାଉଟିଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଜି ଓମଫେଡ଼ ପକ୍ଷରୁ ତିନୋଟି ନୂଆ ଉତ୍ପାଦର ବଜାର ପ୍ରବେଶ କରାଯାଉଛି। ସେଗୁଡ଼ିକ ହେଲା-ବାଲ୍ଟି ଦହି, ଆମ ଓଡିଶାର ବିଞ୍ଝାରପୁରୀ ଗାଈ କ୍ଷୀରରୁ ପ୍ରସ୍ତୁତ ଦେଶୀ ଗାଈ ଘିଅ ଓ ସେହି ଗାଈ ପ୍ରଜାତିର ଏ୨ କ୍ଷୀର। ଆଜିଠାରୁ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ। ଖାଉଟିମାନଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ଲିଟର ପ୍ରତି ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ। ଏହାଦ୍ଵାରା ରାଜ୍ୟର ପ୍ରାୟ ୨.୫ ଲକ୍ଷ ଗୋପାଳକ ସିଧାସଳଖ ଲାଭବାନ ହୋଇପାରିବେ।
Comments are closed.