Latest Odisha News

BREAKING NEWS

ଓମିକ୍ରନ୍ ନେଇ ଏମ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ: ଯେକୌଣସି ସ୍ଥିତି ସାମନା କରିବାକୁ ଦେଶ ପ୍ରସ୍ତୁତ ରହୁ

ନୂଆଦିଲ୍ଲୀ: ଓମିକ୍ରନ୍ ସାରା ବିଶ୍ୱରେ କାୟା ମେଲାଇ ଚାଲିଲାଣି । ପୁଣି ଥରେ ସଂକ୍ରମଣ ଉପରମୁହାଁ ହେଲାଣି । ଭାରତରେ ବି ବଢୁଛି ଓମିକ୍ରନ ଜନିତ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଶହ ପାର କଲାଣି । ଆଗକୁ ଆହୁରି ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ସେ କହିଛନ୍ତି, ଓମିକ୍ରନ୍ ଜନିକ ଯେକୌଣସି ପରିସ୍ଥିତିର ସାମନା କରିବା ପାଇଁ ଦେଶ ପ୍ରସ୍ତୁତ ରହିବା ଆବଶ୍ୟକ ।

ରଣଦୀପ ଗୁଲେରିଆ କହିଛନ୍ତି, ଓମିକ୍ରନ୍ ମୁକାବିଲା ପାଇଁ ଆମକୁ ପ୍ରସ୍ତୁତି କରିବାକୁ ହେବ । ଆଶା କରିବା ବ୍ରିଟେନ୍ ଭଳି ସ୍ଥିତି ଭାରତରେ ନହେଉ । ଓମିକ୍ରନ୍ ବାବଦରେ ଅଧିକ ତଥ୍ୟର ଆବଶ୍ୟକତା ଅଛି । ସାରା ବିଶ୍ୱରେ ସଂକ୍ରମଣ ବଢୁଥିବାରୁ ତାକୁ ଦୃଷ୍ଟିରେ ରଖି ମୁକାବିଲା ପ୍ରସ୍ତୁତି କରିବା ଆବଶ୍ୟକ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି ।

ଦିଲ୍ଲୀରେ ସଂକ୍ରମଣ ପୁଣି ଥରେ ବଢ଼ିଛି । ଗତକାଲି ଗୋଟିଏ ଦିନରେ ୧୦୭ ପଜିଟିଭ୍ ବାହାରିଥିଲେ । ସଂକ୍ରମଣ ହାର ୦.୧୭ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହାକି ଗତ ୬ ମାସରେ ସର୍ବାଧିକ । ଜୁନ୍ ୨୫ ତାରିଖରେ ଶେଷ ଥର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦିଲ୍ଲୀରେ ୧୧୫ ଥିଲା । ଜୁନ୍ ୨୨ରେ ପଜିଟିଭ୍ ହାର ଥିଲା ୦.୧୯ ପ୍ରତିଶତ ।

Leave A Reply

Your email address will not be published.