Latest Odisha News

BREAKING NEWS

ଆଜି ୧୯ ଜିଲ୍ଲାରୁ ୧୮୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୮୬ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୭ । ୧୮ ବର୍ଷ ଭିତରେ ଆଉ ୩୯ ଜଣ ପଜିଟିଭ୍ ବାହାରିଛନ୍ତି ।

ଆଜି ରାଜ୍ୟର ୧୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୪ ସଂକ୍ରମିତ ହୋଇଥିବା ବେଳେ କଟକରୁ ଆଉ ୧୮ ଜଣ ପଜିଟିଭ୍ ହୋଇଛନ୍ତି । ବାକି ୧୭ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୫୩ହଜାର ୨୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୪୨ହଜାର ୭୦୧ ଆକ୍ରାନ୍ତ । ଏବେ ରାଜ୍ୟରେ ୧୮ଶହ ୨୧ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.