Latest Odisha News

BREAKING NEWS

ଭାରତରେ ୧୧ ରାଜ୍ୟକୁ ମାଡିଲାଣି ଓମିକ୍ରନ୍

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ କାୟା ମେଲାଉଛି । ପ୍ରତିଦିନି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଯାଏ ୧୧ ରାଜ୍ୟକୁ ମାଡ଼ିଲାଣି । ଗତ ୨୪ ଘଣ୍ଟାରେ ଦେଶରୁ ୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦାଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ବଢୁଛି ଓମିକ୍ରନ୍ ପଜିଟିଭ୍ କେସ୍ । ସେଠାରୁ କେବଳ ୩୨ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ରାଜସ୍ଥାନରେ ୧୭, ଦିଲ୍ଲାରୁ ୬, କେରଳରୁ ୫, ଗୁଜରାଟରୁ ୪ ଜଣ ପଜିଟିଭ୍ ବାହାରିଛନ୍ତି ।

ସେହିପରି କର୍ଣ୍ଣାଟକରୁ ୩, ତେଲେଙ୍ଗାନାରୁ ୨ ଜଣ ଓ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଚଣ୍ଡୀଗଡ ଓ ତାମିଲନାଡୁରୁ ଜଣେ ଲେଖାଏ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୨ ତାରିଖରେ ଦେଶରୁ ଚିହ୍ନଟ ହୋଇଥିଲେ ପ୍ରଥମ ଓମିକ୍ରନ୍ ସଂକ୍ରମିତ । ତାପରଠୁ ମାଡୁଛି । ୧୧ ରାଜ୍ୟରେ ବ୍ୟାପିଲାଣି ।

Leave A Reply

Your email address will not be published.