Latest Odisha News

BREAKING NEWS

ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର

କାମାକ୍ଷାନଗର: ଦନ୍ତାହାତୀ ଆକ୍ରମଣରେ ଚାଷୀ ଗୁରୁତର ହୋଇଛନ୍ତି । ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ସୋଲଗାଁ ନୂଆସାହି ନିକଟରେ ଜଣେ ଚାଷୀ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଚାଷୀ ଜଣକ ହେଲେ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଟିପେଇଝରଣ ଗାଁର ବୀର ପ୍ରଧାନ ।

ଗତକାଲି ସନ୍ଧ୍ୟା ସମୟରେ ନିଜ ଗାଈ ଖୋଜିବାକୁ ଯାଇଥିଲେ ବୀର । ଏହି ସମୟରେ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଅଚେତ ଏବଂ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏନେଇ ପରିବାର ଲୋକେ ବନ ବିଭାଗକୁ ଖବର ଦେବା ସହ ବୀରଙ୍କୁ ପ୍ରଥମେ ପରଜଙ୍ଗ ଓ ପରେ ଅନୁଗୁଳ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ । ଦନ୍ତା ହାତୀର ଆତଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି ।

Leave A Reply

Your email address will not be published.