Latest Odisha News

BREAKING NEWS

ଡିସେମ୍ବର ୧୫ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ବିମାନ ଉଡାଣ ମନା

ଦିଲ୍ଲୀ : ଡିସେମ୍ବର ୧୫ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ବିମାନ ଉଡାଣ ମନା । ଭାରତରୁ ବିଦେଶକୁ ଆଉ ବିମାନ ଉଡିବ ନାହିଁ ବୋଲି କଟକଣା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଦକ୍ଷିଣ ଅଫ୍ରିକାର ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟ ଚାରିଆଡେ ବ୍ୟାପି ଯାଇଛି । ଅନେକ ଦେଶକୁ ମଧ୍ୟ ଏହି ଓମିକ୍ରନ ଭାରିଆଣ୍ଟ ଭୂତାଣୁ ବ୍ୟାପିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଦେଶକୁ ବିମାନ ଉଡିପାରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କୋଭିଡ ଭାରିଆଣ୍ଟ ଏବେ ସମଗ୍ର ବିଶ୍ୱରେ ଆତଙ୍କ ରଚିଛି ।

ଏଭଳି ସମୟରେ ଭାରତକୁୁ ଶହ ଶହ ଲୋକ ବିଦେଶରୁ ଫେରୁଛନ୍ତି । ସେମାନଙ୍କ ଠାରେ କୋଭିଡ ଭୂତାଣୁ ମଧ୍ୟ ଚିହ୍ନଟ ହେଉଛି । ଭାରତରେ ଓମିକ୍ରନ ଭୂତାଣୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାର ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନ୍ତର।ଷ୍ଟ୍ରୀୟ ବିମାନ ସେବାକୁ ବନ୍ଦ କରି ଦେଇଛନ୍ତି । ଏହି କଟକଣା କିଛି ଦିନ ପାଇଁ ଲାଗୁ କରାଯାଇଛି ।

Leave A Reply

Your email address will not be published.