Latest Odisha News

BREAKING NEWS

ବିଶ୍ୱ ଏଡ୍‌ସ ଦିବସ: ଚଳିତ ବର୍ଷର ବାର୍ତ୍ତା ‘ଅସମାନତା ସମାପ୍ତ କର ଏଡ୍‌ସ ହଟାଅ’

ଭୁବନେଶ୍ୱର: ଆଜି ବିଶ୍ୱ ଏଡ୍‌ସ ଦିବସ । ଦିନଥିଲା ବିଶ୍ବରେ ମହାମାରୀ ଏଚ୍ଆଇଭି ଏଡ୍ସ ଭୟଙ୍କର ରୂପ ଧାରଣ କରିଥିଲା । ବର୍ତ୍ତମାନ କରୋନା ମହାମାରୀର ପ୍ରକୋପ ଚାଲିଛି । ଯଦିଓ ଏଚ୍ଆଇଭିର ମାତ୍ରା ଟିକେ କମ୍ ଅଛି ତଥାପି ଏଡ୍‌ସ ଭୟ ସମ୍ପୂର୍ଣ୍ଣ ରୂପେ ଯାଇନାହିଁ । ଆଜି ବି ନିରବ ମୁଦ୍ରାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି ଏଡ୍‌ସ।

ଏଡ୍‌ସ ପ୍ରତିହତ କରିବା ନେଇ ଅନେକ ପଦକ୍ଷେପ ନିଆଯାଇଥିଲେ ବି ଏଥିପ୍ରତି ମନରୁ ବିପଦ ଦୂରେଇ ପାରିନି । ଏନେଇ ଏଚ୍‌ଆଇଭି ସଂକ୍ରମଣ ବିଷୟରେ ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ ବିଶ୍ୱସାରା ପ୍ରତିବର୍ଷ ଡିସେମ୍ବର ୧କୁ ବିଶ୍ୱ ଏଡ୍‌ସ୍ ଦିବସ ଭାବେ ପାଳନ କରାଯାଉଛି । WHO ସର୍ବପ୍ରଥମେ ଅଗଷ୍ଟ ୧୯୮୭ରେ ସାରା ଦୁନିଆରେ ବିଶ୍ୱ ଏଡ୍‌ସ୍ ଦିବସ ପାଳନ କରିବା ଆରମ୍ଭ କରିଥିଲା ।

ହେଲ୍‌ଥ୍‌ଲାଇନ୍‌ ଖବର ଅନୁଯାୟୀ, ଏଡ୍‌ସ୍ ସଚେତନତା ଅଭିଯାନ ସହିତ ଜଡିତ ଜେମ୍ସ ଡବ୍ଲୁ ବୁନ୍ ଏବଂ ଥୋମାସ୍ ନେଟର୍‌ଙ୍କ ନାମରେ ହିଁ ଏହା ଆରମ୍ଭ ହୋଇଥିଲା ।

୨୦୧୭ ମସିହାରେ ପୂରା ବିଶ୍ବରେ ପ୍ରାୟ ୧.୮ ନିୟୁତ ଲୋକ ଏଚ୍ଆଇଭିରେ ପୀଡ଼ିତ ଥିଲେ । ଏହି କାରଣରୁ ପ୍ରାୟ ୯୪୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଦେଶଗୁଡ଼ିକ ମଧ୍ୟରେ ଆଫ୍ରିକ‌ା ମହାଦେଶ ସର୍ବାଗ୍ରେ ଥିବାବେଳେ ଫ୍ଲୋରିଡା, ଟେକ୍ସାସ୍, କାର୍ଲିଫର୍ଣ୍ଣିଆ ଓ ନ୍ୟୁୟର୍କ ସଂକ୍ରମଣ ହାରରେ ଆଗରେ ଥିଲେ । ବର୍ତ୍ତମାନ ଏଚ୍ଆଇଭିର ମାତ୍ରା କମ୍ ରହିଛି ।

ବିଶ୍ବସ୍ତରରେ ୨୦୧୦ରୁ ୨୦୧୯ ଭିତରେ ନୂତନ ଏଚ୍ଆଇଭି ସଂକ୍ରମଣ ୨୩% କମିଛି ବୋଲି ଏକ ରିପୋର୍ଟ କହୁଛି । ଫଳରେ ବିଶ୍ବରୁ ଏଚ୍ଆଇଭି ଏଡ୍ସ ସଂକ୍ରମଣ ଧୀରେଧୀରେ କମ୍‌ ହେବ ବୋଲି ଆଶା ସଂଚାର ହୋଇଛି । ଏଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ବି ପ୍ରୟାସ ଜାରି ରଖିଛି।

Leave A Reply

Your email address will not be published.