Latest Odisha News

BREAKING NEWS

ନୂଆ ଷ୍ଟ୍ରେନରେ ଅଧିକ ସଂକ୍ରମିତ ହେବେନି ଭାରତୀୟ ଶିଶୁ

ନୂଆଦିଲ୍ଲୀ : ବ୍ୟାପୁଛି ଓମିକ୍ରନ । ମାମଲା ବଢୁଥିବା ବେଳେ, ଭୟଭୀତ ହେଲେଣି ଲୋକେ । ତେବେ ଦେଶରେ ଏହି ଭ୍ୟାରିଆଣ୍ଟ ପିଲାଙ୍କ ପାଇଁ କ୍ଷତିକାରକ ହେବନି । ନୂଆ ଷ୍ଟ୍ରେନରେ ଅଧିକ ସଂକ୍ରମିତ ହେବେନି ଭାରତୀୟ ଶିଶୁ । ବିଭିନ୍ନ ଦେଶରେ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ, ଭାରତ ପାଇଁ ଆଶ୍ବସ୍ତିକର ସୂଚନା ଦେଇଛନ୍ତି ମାଇକ୍ରୋ ବାୟୋଲୋଜିଷ୍ଟ ଡାକ୍ତର ସୌମିତ୍ର ଦାସ ।

BjdElectrycity

ତାଙ୍କ କହିବା କଥଶ, ନୂଆ ଷ୍ଟ୍ରେନରେ ପିଲାଙ୍କ ପ୍ରତି ବେଶି ବିପଦ ନାହିଁ । ଏହି ଷ୍ଟ୍ରେନରେ ସାଉଥ ଆଫ୍ରିକାରେ ଛୋଟ ପିଲାମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଭାରତରେ ଏଭଳି ସ୍ଥିତି ଉପୁଜିବ ନାହିଁ । କରୋନାର ପ୍ରଥମ ଓ ଦ୍ବିତୀୟ ଲହର ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରିନାହିଁ । କିନ୍ତୁ ଏହି ଷ୍ଟ୍ରେନରେ ଦକ୍ଷିଣ ଆଫ୍ରିକାରେ ୫ବର୍ଷରୁ କମ୍ ବୟସରୁ ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି । ଏହି ଷ୍ଟ୍ରେନ ସବୁ ବୟସ୍କଙ୍କ ଲାଗି ମାରାତ୍ମକ ସାଜିବ । ଖାସକରି ୫ ବର୍ଷରୁ କମ୍ ବୟସ୍କଙ୍କ କ୍ଷେତ୍ରରେ ସଂକ୍ରମଣ ତୀବ୍ର ଗତିରେ ବଢୁଛି । ହେଲେ ଭାରତରେ ବ୍ୟତିକ୍ରମ ଘଟିବ ବୋଲି କହିଛନ୍ତି ମାଇକ୍ରୋ ବାୟୋଲୋଜିଷ୍ଟ ଡାକ୍ତର ସୌମିତ୍ର ଦାସ ।

Leave A Reply

Your email address will not be published.