Latest Odisha News

BREAKING NEWS

କୋହଲିଙ୍କ ନାମରେ ବିଶ୍ୱ ରେକର୍ଡ

ମୁମ୍ବାଇ: ୱାଙ୍ଖେଡ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅଧିନାୟକ ଭାବେ କୋହଲି ସମସ୍ତ ଫର୍ମାଟରେ ୫୦ରୁ ଊର୍ଦ୍ଧ୍ୱ ମ୍ୟାଚରେ ବିଜୟ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କୋହଲିଙ୍କୁ ଏ ନେଇ ଶୁଭେଚ୍ଛା ଜଣାଇଛି ।

ତାଙ୍କ ନେତୃତ୍ୱରେ ଭାରତ ଟି୨୦ରେ ୫୯, ଟେଷ୍ଟରେ ୫୦ ଓ ଦିନିକିଆରେ ୧୫୩ ବିଜୟ ହାସଲ କରିଛି । ଅଧିନାୟକ ଭାବେ ଅଷ୍ଟ୍ରେଲିଆର ରିକି ପଂଟି ୧୦୮ ଟେଷ୍ଟରେ ଏବଂ ଦିନିକିଆରେ ୨୬୧ ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି । ତେବେ ସେ ଟି୨୦ରେ ମାତ୍ର ୭ ମ୍ୟାଚରେ ଦଳକୁ ଜିତାଇଛନ୍ତି ।

Leave A Reply

Your email address will not be published.