Latest Odisha News

BREAKING NEWS

୩୦୦ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୁରୁବାର ଦିନ ଗୋଟିଏ ଦିନରେ ରେକର୍ଡ ୮୪ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମୋଟ ମାମଲା ୩୪୧ ଅତିକ୍ରମ କରିଛି। ଏହାପୂର୍ବରୁ ବୁଧବାର ଦିନ ଓମିକ୍ରନ୍‌ ମାମଲା ୨୦୦ ଟପିଛି।

BjdElectrycity

ବୁଧବାର ଦିନ କେବଳ ୪୪ ଟି ନୂଆ ମାମଲା ଦେଖିବାକୁ ମିଳିଥିଲା। ତାମିଲନାଡୁରେ ସର୍ବାଧିକ ସଂଖ୍ୟକ ମାମଲା ଦେଖିବାକୁ ମିଳିଛି, ଯେଉଁଠାରେ ୩୩ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ବ୍ୟତୀତ ମହାରାଷ୍ଟ୍ରରେ ୨୩ ଟି ଏବଂ କର୍ଣ୍ଣାଟକରେ ୧୨ ଟି ନୂଆ ମାମଲା ଦେଖିବାକୁ ମିଳିଛି। ଏଥିସହ ଓଡିଶାରେ ଦୁଇଟି ନୂତନ ମାମାଲା ମଧ୍ୟ ପଞ୍ଜିକୃତ ହୋଇଛି।

ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ଓମିକ୍ରନ୍ ଭାରିଆଣ୍ଟର ୮୮ ଟି ମାମଲା ଦେଖିବାକୁ ମିଳିଛି। ଏହା ପରେ ଦ୍ୱିତୀୟ ନମ୍ବର ରହିଛି ଦିଲ୍ଲୀ, ଯେଉଁଠାରେ ଏପର୍ଯ୍ୟନ୍ତ ସମୁଦାୟ ୬୪ ଟି ମାମଲା ଦେଖିବାକୁ ମିଳିଛି।

Leave A Reply

Your email address will not be published.