Latest Odisha News

BREAKING NEWS

ବନ୍ଧୁ ଘରକୁ ଯିବା ବେଳେ ଦୁର୍ଘଟଣା ନେଲା ୨ ବନ୍ଧୁଙ୍କ ଜୀବନ

ରାୟଗଡ଼ା: ବନ୍ଧୁ ଘରକୁ ଯିବା ରାସ୍ତାରେ ଅପେକ୍ଷା କରି ରହିଥିଲା ମୃତ୍ୟୁ । ବାଇକକୁ ପିଟି ଦେଲା ଅଜଣା ଗାଡ଼ି । ରାୟଗଡ଼ାରେ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୌଡ଼ଲେଲିବାଡ଼ି ଗାଁ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ମୃତକମାନେ ହେଲେ ସର୍ବେଶ୍ୱର ବରା ଓ ଆନନ୍ଦ କୁମୁରୁକା । ସର୍ବେଶ୍ୱରଙ୍କ ଘର କଟପାଡୁ ଗାଁରେ ହୋଇଥିବା ବେଳେ ଆନନ୍ଦଙ୍କ ଘର ମୃତେଲି ଗାଁର ‍ବୋଲି ଜଣାପଡ଼ିଛି । ସର୍ବେଶ୍ୱର ଓ ଆନନ୍ଦ ଦୁଇ ବନ୍ଧୁ ଥିଲେ । ସାଥି ହୋଇ ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ ।

ଗତକାଲି ରାତିରେ ସର୍ବେଶ୍ୱର ଓ ଆନନ୍ଦ ବାଇକ୍‌ ଯୋଗେ ମୁକୁନ୍ଦପୁରରେ ଥିବା ବନ୍ଧୁ ଘରକୁ ଯାଉଥିଲେ । ଏତିକିବେଳେ ଗୌଡ଼ଲେଲିବାଡ଼ି ଗାଁ ଛକ ନିକଟରେ ବାଇକକୁ ଧକ୍କା ଦେଇଥିଲା ଅଜଣା ଗାଡ଼ି । ଘଟଣାସ୍ଥଳରେ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

Leave A Reply

Your email address will not be published.