Latest Odisha News

BREAKING NEWS

କୁକୁର ପାଇଁ ଟିଭି ଚୁର୍‌ମାର କଲା ୮ ବର୍ଷର ପୁଅ

ନୂଆଦିଲ୍ଲୀ: ଗୋଟିଏ ୮ ବର୍ଷର ପିଲା ଫିଲ୍ମ ଦେଖିବାବେଳେ ଫିଲ୍ମରେ ଥିବା କୁକୁରକୁ ଏତେ ପସନ୍ଦ କରିଥିଲା ​​ଯେ ତାଙ୍କୁ ବାହାରକୁ ଆଣିବା ପାଇଁ ସେ ବ୍ୟାଟ୍‌ରେ ଟିଭିକୁ ବାଡେଇ ସେଥିରୁ କୁକୁରକୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲା। ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲା ମୁଖ୍ୟାଳୟଠାରୁ ୭୦ କିଲୋମିଟର ଦୂରରେ ଥିବା ଏକ ଗାଁରେ ଏହି ଅଦ୍ଭୁତ ଘଟଣା ଘଟିଛି।

ସୂଚନାନୁସାରେ, ହୋଟେଲ ମ୍ୟାନେଜର ମନୀଷ ଗାଙ୍ଗ୍ରେଡଙ୍କ ୮ ବର୍ଷର ପୁଅ ପୀୟୁଷ ଅନେକ ଦିନ ଧରି କୁକୁର ଆଣିବାକୁ ଜିଦ୍ ଧରିଥିଲେ। ରବିବାର ଅପରାହ୍ନରେ ଘରେ ଟିଭିରେ ‘ତେରି ମେହେରବାନିୟାନ୍’ ଚଳଚ୍ଚିତ୍ର ଦେଖିବା ସମୟରେ ସେଥିରେ ହିରୋ ଜ୍ୟାକି ଶ୍ରଫଙ୍କ ସହିତ ଏକ କୁକୁରର ଦୃଶ୍ୟ ତାଙ୍କୁ ବେଶ୍‌ ଆକର୍ଷିତ କରିଥିଲା।

ଏହା ଦେଖି ପୀୟୂଷ ଆଶ୍ଚର୍ଯ୍ୟ ହେବା ସହିତ ବେଶ୍‌ ଖୁସି ମଧ୍ୟ ହୋଇଯାଇଥିଲେ। ସେ ଭାବିଥିଲେ ଯେ କୁକୁରଟି ବାହାରକୁ ଆସିପାରିବ ଏବଂ ସେ ଏହାକୁ ନିଜ ଘରେ ରଖିବେ। ଏହା ଭାବି ସେ ଘରେ ଥିବା ଟିଭିକୁ ବ୍ୟାଟରେ ବାଡେଇ ଭାଙ୍ଗିଦେଇଥିଲେ। ଏହି ଘଟଣାରେ ପିଲାଟିର କୌଣସି କ୍ଷତି ହୋଇନଥିବା ବେଳେ ଟିଭିଟି ଭାଙ୍ଗିଯାଇଥିଲା।

Comments are closed.